କେନ୍ଦୁଝର: କରୋନା ନେଲା ପୁଣି ୪ ଜୀବନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାବେଳେ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଶୁକ୍ରବାର ଗୋଟିଏ ଦିନରେ ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି। ଶୁକ୍ରବାର ଝୁମ୍ପୁରା ବ୍ଲକ୍‌ର ଜଣେ ୭୦ ବର୍ଷିୟ ବୃଦ୍ଧ, ସାହାରପଡ଼ାର ଜଣେ ୬୧ ବର୍ଷିୟ ବୃଦ୍ଧ, ଘସିପୁରା ବ୍ଲକ୍‌ର ଜଣେ ୫୫ ବର୍ଷିୟ ବ୍ୟକ୍ତି ଏବଂ କେନ୍ଦୁଝର ସଦର ବ୍ଲକ୍‌ର ଜଣେ ୫୮ ବର୍ଷିୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି।

ସେହିପରି ଶୁକ୍ରବାର ଜିଲ୍ଲାରୁ ୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୫୯୮ରେ ପହଞ୍ଚିଛି। ୧୮ ହଜାର ୯୭୪ଜଣ ସୁସ୍ଥ ହୋଇଥିବାବେଳେ ୫୪୪ଜଣ ଚିକିତ୍ସାଧୀନ ଅଛନ୍ତି। ହାଟଡିହି ବ୍ଲକ୍‌ରୁ ୨୧ ଜଣ, ଚମ୍ପୁଆ ବ୍ଲକ୍‌ରୁ ୧୭ଜଣ, ଘସିପୁରା ବ୍ଲକ୍‌ରୁ ୧୩ ଜଣ, ଆନନ୍ଦପୁର ବ୍ଲକ୍‌ରୁ ୫ଜଣ, ବଡ଼ବିଲ ପୌରାଞ୍ଚଳରୁ ୫ଜଣ, କେନ୍ଦୁଝର ସଦର ବ୍ଲକ୍‌ରୁ ୫ଜଣ, ଆନନ୍ଦପୁର ପୌରାଞ୍ଚଳରୁ ୩ଜଣ, ଘଟଗାଁ ବ୍ଲକ୍‌ରୁ ଦୁଇଜଣ ଓ ଚମ୍ପୁଆ ଏନ୍‌ଏସିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର