କେନ୍ଦୁଝର: ଚାରିଦିନରେ କରୋନା ନେଲାଣି ୮ ଜୀବନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରୁ ବୁଧବାର ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୪ଦିନରେ ଜିଲ୍ଲାରେ ୮ଜଣ କ‌ରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ରବିବାର ଦୁଇଜଣ, ସୋମବାର ୩ଜଣ, ମଙ୍ଗଳବାର ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ମିଶାଇ କେନ୍ଦୁଝର ଜିଲ୍ଲାରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୬ରେ ପହଞ୍ଚିଛି।

ସେହିପରି ବୁଧବାର ସୁଦ୍ଧା ଜିଲ୍ଲାରେ ମୋଟ ୧୮ ହଜାର ୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭ ହଜାର ୧୭୦ଜଣ ସୁସ୍ଥ ହେଲେଣି। ୮୦୭ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବୁଧବାର ଦିନ ହାଟଡିହି ବ୍ଲକ୍‌ରୁ ୧୮ଜଣ, ଘସିପୁରା ବ୍ଲକ୍‌ରୁ ୧୩ଜଣ, ଯୋଡ଼ା ବ୍ଲକ୍‌ରୁ ୧୩ଜଣ, ଆନନ୍ଦପୁର ବ୍ଲକ୍‌ରୁ ୯ଜଣ, ତେଲକୋଇ ବ୍ଲକ୍‌ରୁ ୯ଜଣ, ଆନନ୍ଦପୁର ପୌରାଞ୍ଚଳରୁ ୬ଜଣ, କେନ୍ଦୁଝର ପୌରାଞ୍ଚଳରୁ ୬ଜଣ, ବଡ଼ବିଲ ପୌରାଞ୍ଚଳରୁ ୩ଜଣ, ହରିଚନ୍ଦନପୁର ବ୍ଲକ୍‌ରୁ ୩ଜଣ, କେନ୍ଦୁଝର ସଦର ବ୍ଲକ୍‌ରୁ ୩ଜଣ, ଚମ୍ପୁଆ ବ୍ଲକ୍‌ରୁ ଦୁଇଜଣ, ଝୁମ୍ପୁରା ବ୍ଲକ୍‌ରୁ ଦୁଇଜଣ, ପାଟଣା ବ୍ଲକ୍‌ରୁ ଦୁଇଜଣ, ଚମ୍ପୁଆ ଏନ୍‌ଏସିରୁ ଜଣେ, ଯୋଡ଼ା ପୌରାଞ୍ଚଳରୁ ଜଣେ ଓ ସାହାରପଡ଼ା ବ୍ଲକ୍‌ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର