୨ ଜିଲ୍ଲାରେ କରୋନା ଚିକିତ୍ସାଧୀନ ରୋଗୀ ଶୂନ

ଭୁବନେଶ୍ବର : ରାଜ୍ୟର ମାଲକାନଗିରି ଓ ନୟାଗଡ଼ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ଚଳିତମାସ ୭ ଓ ୮ତାରିଖଠାରୁ ଏହି ଦୁଇ ଜିଲ୍ଲାରେ କୌଣସି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ଆଜି ୯୫ଜଣ ନୂତନ କରୋନା ସଂକ୍ରମିତ ‌ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୯୮୪କୁ ବୃଦ୍ଧି ପାଇଛି। ରାଜ୍ୟରେ କୌଣସି ନୂତନ ମୃତ୍ୟୁ ଦେଖିବାକୁ ମିଳିନାହିଁ। ଅପରପକ୍ଷରେ ରାଜ୍ୟରେ ଆଜି ୬୦ଜଣ ସଂକ୍ରମିତ ସୁସ୍ଥ ହେବା ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୨୮୦କୁ ବୃଦ୍ଧି ହୋଇଛି। ଅନ୍ୟପଟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୪୧ ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ୧୯୧୦ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର