ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦କୁ ବୃଦ୍ଧି, ୨୪ ଘଣ୍ଟା ମଧ୍ୟରେ ‌ସର୍ବାଧିକ ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ  ୧୯୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ବର ଜିଲ୍ଲାରୁ ୫୬, ବରଗଡ଼ ଜିଲ୍ଲାରୁ ୨୨, ଭଦ୍ରକ ଜିଲ୍ଲାରୁ ୧୧୮, ବଲାଙ୍ଗୀର ଜିଲ୍ଲାରୁ ୭, ବୌଦ୍ଧ ଜିଲ୍ଲାରୁ ୫, କଟକ ଜିଲ୍ଲାରୁ ୧୦୧, ଦେବଗଡ଼ ଜିଲ୍ଲାରୁ ୨, ଢେଙ୍କାନାଳ ଜିଲ୍ଲାରୁ ୪୦, ଗଜପତି ଜିଲ୍ଲାରୁ ୯୩, ଗଞ୍ଜାମ ଜିଲ୍ଲାରୁ ୨୮୦, ଜଗତସିଂହପୁର ଜିଲ୍ଲାରୁ ୩୪, ଯାଜପୁର ଜିଲ୍ଲାରୁ ୬୯, ଝାରସୁଗୁଡ଼ା ଜିଲ୍ଲାରୁ ୧୧, କଳାହାଣ୍ଡି ଜିଲ୍ଲାରୁ ୪୮, କନ୍ଧମାଳ ଜିଲ୍ଲାରୁ ୬୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬, କେନ୍ଦୁଝର ଜିଲ୍ଲାରୁ ୧୦, କୋରାପୁଟ ଜିଲ୍ଲାରୁ ୯୦, ମାଲକାନଗିରି ଜିଲ୍ଲାରୁ ୫୨, ମୟୂରଭଞ୍ଜ ଜିଲ୍ଲାରୁ ୧୨୦, ନବରଙ୍ଗପୁର ଜିଲ୍ଲାରୁ ୧୭, ନୟାଗଡ଼ ଜିଲ୍ଲାରୁ ୭୫, ନୂଆପଡ଼ା ଜିଲ୍ଲାରୁ ୨୦, ପୁରୀ ଜିଲ୍ଲାରୁ ୮୩, ରାୟଗଡ଼ା ଜିଲ୍ଲାରୁ ୭୦, ସମ୍ବଲପୁର ଜିଲ୍ଲାରୁ ୫୯, ସୋନପୁର ଜିଲ୍ଲାରୁ ୭ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୩୭,୯୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୩୫୩ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର