ମୟୂରଭଞ୍ଜରେ ୧୪ହଜାର ଟପିଲା ସୁସ୍ଥ ସଂଖ୍ୟା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କରୋନା ଲଢ଼େଇ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ବେଶ୍ କିଛିଦିନ ହେବ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହୁଛି। ସେହିପରି ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ଇତିମଧ୍ୟରେ ୧୪ହଜାର ଅତିକ୍ରମ କରି ୧୪ହଜାର ୩ ଛୁଇଁଛି, ଯାହାକି ଜିଲ୍ଲାପାଇଁ ଏକ ଆଶ୍ବସ୍ତିକର ବିଷୟ। ଆଜି ଜିଲ୍ଲାରୁ ମାତ୍ର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୪,୧୨୯ରେ ପହଞ୍ଚିଛି। ଆଜି ସୁଦ୍ଧା ୩୫ ଜଣ ସକ୍ରିୟ ଅଛନ୍ତି। ଜିଲ୍ଲାରୁ କରୋନାଜନିତ ମୃତ୍ୟୁସଂଖ୍ୟା ୯୧ରେ ସୀମିତ ରହିଛି।

ସମ୍ବନ୍ଧିତ ଖବର