ଓଡ଼ିଶାରେ କିଭଳି ଅଛି କରୋନା ସ୍ଥିତି ସୂଚନା ଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି କିଭଳି ରହିଛି ତାହାକୁ ନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ | ଶ୍ରୀ ଧଳ କହିଛନ୍ତି ଯେ ୧୬ ନମୂନାରୁ ୧୪ଟି ନମୂନା ନେଗେଟିଭ ରହିଛି | ସେହିପରି କରୋନା ୧୧୦ରୁ ଉର୍ଦ୍ଧ୍ବ ଦେଶକୁ ବ୍ୟାପିଛି | ସମୁଦାୟ ୧ ଲକ୍ଷ ୨୧ ହଜାର ଲୋକ କରୋନାରେ ପୀଡିତ ଥିବାବେଳେ ୪୩୬୫ ଜଣଙ୍କ ମୃତ୍ୟୁ ହୋଇଛି | ଭାରତରେ ୬୦ ଜଣ କରୋନା ଭୁତାଣୁରେ ସଂକ୍ରମିତ ହୋଇଛି | ୭ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଂଚଳର ୬୦ ଜଣ ଲୋକ ସଂକ୍ରମିତ ହୋଇଥିବାବେଳେ ଏହି ସବୁ ରାଜ୍ୟ ହେଉଛି ରାଜସ୍ଥାନ, ଉତ୍ତରପ୍ରଦେଶ, ତାମିଲନାଡୁ, ମହାରଷ୍ଟ୍ର, ତେଲେଙ୍ଗାନା, କେରଳ ଓ କର୍ଣ୍ଣାଟକ |

ଚୀନ ଛଡା ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ସ୍ପେନ, ଫ୍ରାନ୍ସ, ଜର୍ମାନୀ, ସ୍ୱିଜରଲାଣ୍ଡ, ଜାପାନ, ଯୁକ୍ତରାଜ୍ୟ, ସିଙ୍ଗାପୁର, ମାଲେସିଆ ଦେଶରେ କରୋନା ଭୁତାଣୁର ଅଧିକ ସଂଖ୍ୟକ ଆକ୍ରାନ୍ତ ଥିବାର ସ୍ୱାସ୍ଥ୍ୟ ସଚିବ କହିଛନ୍ତି | ଓଡ଼ିଶାରେ ଯାହାର କରୋନା ସଂକ୍ରମଣର ଆଶଙ୍କା ରହୁଛି ସେମାନଙ୍କ ରକ୍ତ ନମୁନାକୁ ତୁରନ୍ତ ଆରଏମଆରସିକୁ ପଠାଯାଉଛି |

ପୂର୍ବରୁ ପୁନେ ଓ କୋଲକାତାକୁ ପଠାଯାଉଥିବାବେଳେ ୩ରୁ ୪ ଦିନ ସମୟ ଲାଗୁଥିଲା | କିନ୍ତୁ ବର୍ତ୍ତମାନ ଭୁବନେଶ୍ୱରରେ ପରୀକ୍ଷା ହେଉଥିବାରୁ ସେହିଦିନ ହିଁ ରିପୋର୍ଟ ମିଳିପାରୁଛି | ଏହା ଛଡା ଯେଉଁ ମାନେ ବିଦେଶରୁ ଓଡିଶାକୁ ଆସୁଛନ୍ତି ସେମାନଙ୍କ ବାବଦରେ ତଥ୍ୟ ଭାରତ ସରକାର ରାଜ୍ୟ ସରକାରଙ୍କୁ ଦେଉଛନ୍ତି |

ସମ୍ବନ୍ଧିତ ଖବର