ଟିକାକରଣରେ ରାଜ୍ୟରେ ରେକର୍ଡ: ଗୋଟିଏ ଦିନରେ ଦିଆଗଲା ଅଢେଇ ଲକ୍ଷରୁ ଊର୍ଦ୍ଧ୍ବ ଡୋଜ୍

ଭୁବନେଶ୍ବର: ଆଜି ରାଜ୍ୟରେ ଟିକାକରଣରେ ପୁଣି ରେକର୍ଡ ହୋଇଛି । ଗୋଟିଏ ଦିନରେ ୨ ଲକ୍ଷ ୫୨ ହଜାର ୮୦ ଜଣଙ୍କୁ ଟିକାକରଣ କରାଯାଇଛି । ୪୫ ବର୍ଷରୁ ୬୯ ମଧ୍ୟରେ ୧ ଲକ୍ଷ ୬୯ ହଜାର ପ୍ରଥମ ଡୋଜ ନେଇଛନ୍ତି । ଏହି ବର୍ଗରେ ଦ୍ୱିତୀୟ ଡୋଜ ନେଇଛନ୍ତି ୭୨୫ଜଣ । ସେହିଭଳି ୬୦ ବର୍ଷରୁ ଅଧିକ ବର୍ଗର ଲୋକେ ପ୍ରଥମ ଡୋଜ ନେଇଛି ୬୮ ହଜାର ୧୬୭ । ଆଉ ଦ୍ୱିତୀୟ ଡୋଜ ନେଇଛନ୍ତି ୧୦ ହଜାର ୧୪୦ଜଣ ।

ଅନ୍ୟପଟେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖି ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଔଷଧ, ଆଇସିୟୁ ଓ ଅକ୍ସିଜେନ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରଥମ ଲହର ପରେ କରୋନା କମିଯାଇଥିବାରୁ କେତେକ ସ୍ଥାନରେ କୋଭିଡ ହସ୍ପିଟାଲକୁ ବନ୍ଦ କରିଦିଆଯାଇଥିଲା । ତେଣୁ ପୁଣି ଥରେ ଜିଲ୍ଲା ଗୁଡିକରେ ପ୍ରଶିକ୍ଷଣ ଦେବା ଏବଂ ଅନ୍ୟାନ୍ୟ ପ୍ରସ୍ତୁତିମୂଳକ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର