ଆଗକୁ ସଂକ୍ରମଣ ଆଶଙ୍କା କମ ହେବ କାହିଁକି ? କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ ଡାକ୍ତର

ଭୁବନେଶ୍ବର: ସେପ୍ଟେମ୍ବର ମାସ ଅପେକ୍ଷା ଅକ୍ଟୋବର ମାସରେ କମ ରହିଛି କରୋନା ସଂକ୍ରମଣ । ଗତ ମାସ ତୁଳନାରେ ପ୍ରତ୍ୟେକ ଦିନ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ସଂକ୍ରମଣ ହାର କମିବା ପଛରେ କ’ଣ ରହିଛି କାରଣ । କାହିଁକି କମୁଛି କରୋନା ସଂକ୍ରମଣ ? ଏନେଇ ବିଭିନ୍ନ କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ ଡାକ୍ତର ।

ସଚେତନତା ବଢିଛି  ଓ ଲୋକମାନେ ସତର୍କ ରହୁଛନ୍ତି । ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି ତେଣୁ ସଂକ୍ରମଣ କମିଛି । ଲୋକମାନେ ବି ଜାଣିଗଲେଣି ଭାଇରସ ଠାରୁ ଦୂରେଇ ରହିବା ପାଇଁ କ’ଣ କରିବାକୁ ହେବ । ଏହାସହ ରାଜ୍ୟରେ ଟେଷ୍ଟ ସଂଖ୍ୟା ମଧ୍ୟ ବଢିଛି ବୋଲି କହଛନ୍ତି ଡାକ୍ତର ନିରୋଜ ମିଶ୍ର ।

ସେହିପରି ଡାକ୍ତର ସିର୍ଦ୍ଧାଥ ଦାସ କହିଛନ୍ତି ‘ହର୍ଡ ଇମ୍ୟୁନିଟି’ ବା ‘ଗୋଷ୍ଠୀ ପ୍ରତିରୋଧକତା’ ଆଡକୁ ଓଡ଼ିଶା ଆଗଉଛି । ତେଣୁ ଆଗକୁ ସଂକ୍ରମଣ ଆଶଙ୍କା କମ ରହିଛି । ହେଲେ ଆମକୁ ସତର୍କ ରହିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର