ରାଜ୍ୟରେ ୭୬ ନୂଆ ପଜିଟିଭ୍ ଚିହ୍ନଟ, ୭୯ ସୁସ୍ଥ; ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଲା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୭୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୫୯୩ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ଲୋକମାନଙ୍କୁ ଆଶ୍ବସ୍ତି କରିଛି। ଆଜି ବିଭିନ୍ନ ଜିଲ୍ଲାରୁ ୭୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରାଜ୍ୟର ୧୦ଟି ଜିଲ୍ଲାରୁ ୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀରରେ ୧୬, ଖୋର୍ଧାରେ ୧୩, ଗଞ୍ଜାମ ୧୦, କଟକ ୧୧, ଜଗତସିଂହପୁର ୬, ସୁନ୍ଦରଗଡ଼, ବାଲେଶ୍ବର ଓ ନୟାଗଡ଼ରେ ୨ଜଣ ଲେଖାଏ, ମୟୂରଭଞ୍ଜରେ ୧ ଓ ନୂଆପଡ଼ାରେ ୧୩ଜଣଙ୍କୁ ଚିହ୍ନଟ କରାଯାଇଛି। ୭୬ ରୋଗୀଙ୍କ ମଧ୍ୟରୁ ୭୪ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସର୍ବାଧିକ ସଂକ୍ରମିତ ତାଲିକାରେ ଏବେ ବି ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ଏଠାରୁ ୩୬୮ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଯାଜପୁର ୨୪୨, ବାଲେଶ୍ବର ୧୩୯ ଓ ଭଦ୍ରକରେ ୧୦୬ଜଣ ରହିଛନ୍ତି। ଖୋର୍ଧାରେ ଏ ଯାଏ ୯୯ଜଣ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆଜି ୭୯ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଭଦ୍ରକ ଜିଲ୍ଲାରେ ସର୍ବାଧିକ ୨୮ଜଣ ଥିବା ବେଳେ ବାଲେଶ୍ବରର ୧୭, ଗଞ୍ଜାମ ୧୧, ପୁରୀ ୭, ଯାଜପୁର ୫, କେନ୍ଦୁଝର ୩, ଖୋର୍ଧା ଓ ବଲାଙ୍ଗୀରରୁ ୨ଜଣ ଲେଖାଏ ଓ କଟକର ୪ଜଣ ରହିଛନ୍ତି। ରାଜ୍ୟରେ ସୁସ୍ଥ ‌ହୋଇଥିବା ରୋଗୀଙ୍କ ସଂଖ୍ୟା ୮୧୨ରେ ପହଞ୍ଚିଥିବା ବେଳେ ୭୭୪ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏହାସହ ରାଜ୍ୟରେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୨୦୪ରେ ପହଞ୍ଚିଛି। ଯାହାକି ସମୁଦାୟ ସଂକ୍ରମଣ ୧୨.୮ ପ୍ରତିଶତ। ରାଜ୍ୟରେ ୧୩୮୯ଜଣ ପୁରୁଷ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଯାହା ସମୁଦାୟ ସଂକ୍ରମଣର ୮୭.୨ ପ୍ରତିଶତ।

ଉଲ୍ଲେଖନୀୟ ବିଷୟ ହେଉଛି, ରାଜ୍ୟରେ ୧୫-୪୦ବର୍ଷ ବୟସର ୧୦୫୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ରହିଛି। ୬୦ବର୍ଷରୁ ଅଧିକ ବ୍ୟକ୍ତି ମାତ୍ର ୭୧ଜଣ ଚିହ୍ନଟ ହୋଇଥିବା ବେଳେ ୦-୧୪ବର୍ଷର ଶିଶୁଙ୍କ ସଂଖ୍ୟା ୪୯ ରହିଛି।

ସମ୍ବନ୍ଧିତ ଖବର