ଭୁବନେଶ୍ବର : ଚଳିତମାସର ୧୮ଦିନ ମଧ୍ୟରେ ମାତ୍ର ୬ଦିନ ରାଜ୍ୟରେ କୌଣସି କୋରାନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଏବେ ସୁଦ୍ଧା ରାଜ୍ୟରେ ୬୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ମାସର ୨, ୮, ୧୨, ୧୫, ୧୬ ଓ ୧୭ତାରିଖରେ ଜଣେ ହେଲେ କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ୨ତାରିଖରେ ୨୧୩ ନମୁନା ପରୀକ୍ଷା ହୋଇଥିବା ବେଳେ ୮ତାରିଖରେ ୪୦୦, ୧୨ତାରିଖରେ ୩୦୮, ୧୫ତାରିଖରେ ୧୧୯୭, ୧୬ତାରିଖରେ ୮୪୩ ଓ ୧୭ ତାରିଖରେ ୧୦୪୨ ନମୁନା ପରୀକ୍ଷା ହୋଇଥିଲା। ଗତକାଲି ରାଜ୍ୟରେ ୧୦୭୧ ନମୁନା ପରୀକ୍ଷା ହୋଇଥିବା ବେଳେ ସମୁଦାୟ ନମୁନା ସଂଖ୍ୟା ୯୬୯୦ରେ ପହଞ୍ଚିଛି। ଗତକାଲି ଆରଏମ୍ଆରସିରେ ୭୦୫, ଏମ୍ସରେ ୪୨, ଏସ୍ସିବିରେ ୧୨୦, ଏମ୍କେସିଜିରେ ୪୫, ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ୧୧୮, ଆଇଜିଏଚ୍ରେ ୩୦ ଓ ଆପୋଲୋ ହସ୍ପିଟାଲରେ ୧୧ ନମୁନା ପରୀକ୍ଷା ହୋଇଥିଲା। ସେହିପରି ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୧୭ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୨୯ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। କଟକ ଓ ପୁରୀରେ ଜଣେ ଲେଖାଏ ସୁସ୍ଥ ହୋଇଥିବା ବେଳେ ଯାଜପୁରରେ ଦୁଇ ଜଣରୁ ଜଣେ, ଭଦ୍ରକରେ ୩ଜଣରୁ ୨ଜଣ, ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଦୁଇ ଜଣରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ, ବାଲେଶ୍ବରର ଜଣେ ଲେଖାଏ ଓ କେନ୍ଦ୍ରାପଡ଼ାର ୨ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି।
ଚଳିତ ମାସରେ ୬ ଦିନ ଚିହ୍ନଟ ହୋଇ ନାହାନ୍ତି କରୋନା ସଂକ୍ରମିତ
/sambad/media/post_attachments/wp-content/uploads/2020/04/corona-t.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)