ଭୁବନେଶ୍ୱର : ସ୍ବାସ୍ଥ୍ୟ ବିଭାଗ ପରେ ଆଜି ଖାରବେଳ ଭବନସ୍ଥିତ ଶକ୍ତି ବିଭାଗରେ ପଶିଛି କରୋନା। ବିଭାଗରେ ଆଜି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗର ୧୨ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସିଲ୍ କରି ଦିଆଯାଇଛି। ଏହି ସମୟ ଭିତରେ ବିଭାଗକୁ ସାନିଟାଇଜ୍ କରାଯିବା ସହିତ ଅନ୍ୟ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ବିତ୍ତ ଅଧିକାର କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏଥିରେ ୨ଜଣ ଉପ-ସଚିବ ପଦବିର ଅଧିକାରୀ ରହିଛନ୍ତି। ଅନ୍ୟମାନେ ଏସ୍ଓ, ଏଏସ୍ଓ ଓ ଡେସ୍କ ଅଫିସର ରହିଥିବା ଜଣାପଡ଼ିଛି। ତେବେ କଣ୍ଟାକ୍ଟ ଟ୍ରେସିଂରେ ବିଭାଗର ୩୦ଜଣ କର୍ମଚାରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଆସନ୍ତାକାଲି ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।
ସ୍ୱାସ୍ଥ୍ୟ ପରେ ଶକ୍ତି ବିଭାଗରେ ପଶିଲା କରୋନା
ସୋମବାର ଯାଏ ସ୍ବାସ୍ଥ୍ୟ ବିଭାଗ ସିଲ୍, ବିଭାଗର ୩୦ ଜଣ ତାଲିକା ପ୍ରସ୍ତୁତ
/sambad/media/post_attachments/wp-content/uploads/2020/07/covid-3a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)