ଖୋର୍ଧାରେ ୫ଶହ ତଳକୁ ଖସିଲା ସଂକ୍ରମଣ: ଦିନକରେ ୨୬୭୩ ପଜିଟିଭ୍, ୧୬ ମୃତ, ୩୮୧୭ ସୁସ୍ଥ

ଭୁବନେଶ୍ବର: ୪୭ ଦିନ ଅର୍ଥାତ୍ ପାଖାପାଖି ଦେଢ ମାସ ପରେ ଖୋର୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସି ଆସିଛି। ଅଗଷ୍ଟ ୧୯ତାରିଖରେ ଜିଲ୍ଲାରେ ପ୍ରଥମଥର ଲାଗି ୫ଶହରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ପରବର୍ତୀ ସମୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା। ଏପରିକି ଦିନକୁ ୯ଶହ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଥିଲା। ଜିଲ୍ଲାର ସିଂହଭାଗ ରୋଗୀ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହେଉଥିଲେ। ଦ୍ରୁତଗତିରେ ଏହି ସଂକ୍ରମଣ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ମାତ୍ର ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଖସିଥିବା ବେଳେ ଖୋର୍ଧାରେ ମଧ୍ୟ ଏହା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଖୋର୍ଧା ଜିଲ୍ଲାରୁ ୪୪୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସତ୍ତ୍ବେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧,୧୫୦ରେ ପହଞ୍ଚିଗଲାଣି, ଯାହାକି ରାଜ୍ୟର ସମୁଦାୟ ସଂକ୍ରମଣର ୧୭ ପ୍ରତିଶତରୁ ଅଧିକ।

ରାଜ୍ୟରେ ଗତ ଦୁଇଦିନ ହେବ ଦୈନିକ ସଂକ୍ରମଣ ୩ ହଜାର ତଳକୁ ରହିଛି। ଗତ ୪ ତାରିଖରେ ୨୬୧୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୨୬୭୩ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୮ହଜାର ୩ରେ ପହଞ୍ଚିଛି। ଯଦିଓ ରାଜ୍ୟ‌ରେ ସଂକ୍ରମଣ ହ୍ରାସ ପାଇଛି, ମୃତ୍ୟୁ ସଂଖ୍ୟା କିନ୍ତୁ କମୁନାହିଁ। ଆଜି ସରକାରୀ ଭ‌ାବେ ୧୬ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ବାଲେଶ୍ବରରୁ ୪, ଖୋର୍ଧାରୁ ୩, କଟକ ୨, ଅନୁଗୁଳ, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସୋନପୁର, ନବରଙ୍ଗପୁର ଓ ବୌଦ୍ଧରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି। ଗଞ୍ଜାମରୁ ସର୍ବାଧିକ ୨୨୧, ଖୋର୍ଧା ୧୫୪, କଟକ ୮୨, ପୁରୀ ୬୩, ସୁନ୍ଦରଗଡ଼ ୪୧, ବାଲେଶ୍ବର ଓ ରାୟଗଡ଼ାରୁ ୩୯ ଲେଖାଏଁ, ନୟାଗଡ଼ ୩୦, ବଲାଙ୍ଗୀର ୨୪, ଗଜପତି, କନ୍ଧମାଳ ଓ ସମ୍ବଲପରରୁ ୨୩ ଲେଖାଏଁ, ଭଦ୍ରକ ୧୫, ବରଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁରରୁ ୧୩ଜଣ ଲେଖାଏଁ ପ୍ରାଣ ହରାଇ ସାରିଲେଣି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୧,୮୪୦ କୋଭିଡ୍‌ ନମୁନା ପରୀକ୍ଷା ମଧ୍ୟରୁ ୬୧୮୫ କେବଳ ଆର୍‌ଟି-ପିସିଆର୍‌ ନମୁନା ରହିଛି। ସଙ୍ଗରୋଧରୁ ୧୫୫୪ ଓ ୧୧୧୯ ଲୋକାଲ କଣ୍ଟାକ୍ଟସ୍‌ ବା ସ୍ଥାନୀୟ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ୨୬୭୩ ରୋଗୀ ବାହାରିଛନ୍ତି। ଖୋର୍ଧାର ୪୪୮କୁ ବାଦ୍ ଦେଲେ କଟକ ୨୧୪, ନୂଆପଡ଼ା ୧୫୯, କେନ୍ଦ୍ରାପଡ଼ା ୧୫୧, ଅନୁଗୁଳ ୧୨୬, ପୁରୀ ୧୨୪, ମୟୂରଭଞ୍ଜ ୧୦୦, ଭଦ୍ରକ ୯୭, ବଲାଙ୍ଗୀର ୯୩, ଷ୍ଟେଟ୍‌ ପୁଲ ୮୬, ଯାଜପୁର ଓ ସୁନ୍ଦରଗଡ଼ରୁ ୮୮ ଲେଖାଏଁ, କଳାହାଣ୍ଡି ୭୭, ସମ୍ବଲପୁର ୭୩, ନବରଙ୍ଗପୁର ୭୨, ବାଲେଶ୍ବର ୭୦, ସୋନପୁର ୬୯, ବରଗଡ଼, ଜଗତ୍‌ସିଂହପୁର ଓ ଝାରସୁଗୁଡ଼ାରୁ ୬୮ଲେଖାଏଁ, କେନ୍ଦୁଝର ୫୧, କନ୍ଧମ‌ାଳ, ଗଞ୍ଜାମ ୪୪ ଲେଖାଏଁ, କୋରାପୁଟ ୩୯, ଢେଙ୍କାନାଳ ୩୬, ନୟାଗଡ଼ ୩୫, ମାଲକାନଗିରି ୩୨, ଦେବଗଡ଼ ୧୮ ଓ ବୌଦ୍ଧରୁ ୧୩ ରୋଗୀ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷେ ଆଜି ରାଜ୍ୟରେ ୩୮୧୭ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬,୭୯୩କୁ ଖସି ଆସିଛି। ଏହାସହ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୧୦ହଜାର ୨୧୭କୁ ବୃଦ୍ଧି ପାଇଛି। ଖୋର୍ଧାରୁ ଆଜି ସଂକ୍ରମଣ ତୁଳନାରେ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ଦୁଇଗୁଣ ରହିଛି। ଜିଲ୍ଲାରୁ ସର୍ବାଧିକ ୯୬୯ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକ ୩୬୮, ବରଗଡ଼ ୧୫୧, ବାଲେଶ୍ବର ୧୪୬, ନୂଆପଡ଼ା ୧୩୫, ଜଗତ୍‌ସିଂହପୁର ୧୨୪, ଅନୁଗୁଳ ୧୨୨, ସମ୍ବଲପୁର ୧୧୮, ସୁନ୍ଦରଗଡ଼ ୧୧୦, କେନ୍ଦ୍ରାପଡ଼ା ୧୦୬, ବଲାଙ୍ଗୀର ୯୩, ଯାଜପୁର ୯୧, ମୟୂରଭଞ୍ଜ ଓ ପୁରୀରୁ ୮୮ ଲେଖାଏଁ, କନ୍ଧମାଳ ଓ କେନ୍ଦୁଝରରୁ୮୬ ଲେଖାଏଁ, ସୋନପୁର ୮୩, ଭଦ୍ରକ ୮୨, ନୟାଗଡ଼ ୭୧, କଳାହାଣ୍ଡି ୭୯, ଝାରସୁଗୁଡ଼ା ୬୮, ନବରଙ୍ଗପୁର ୬୬, କୋରାପୁଟ ୬୬, କୋରାପୁଟ ୬୨, ଗଞ୍ଜାମ ୫୬, ରାୟଗଡ଼ା ୫୦, ଢେଙ୍କାନାଳ ୪୮, ବୌଦ୍ଧ ୪୫, ମାଲକାନଗିରି ୩୪, ଗଜପତି ୨୪, ଦେବଗଡ଼ ୧୪ ଓ ଷ୍ଟେଟ୍‌ ପୁଲ ୧୬୪ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର