ଦ୍ୱନ୍ଦ୍ୱ ହଟିବ କେବେ? ରହସ୍ୟ ଘେରରେ କରୋନା ଭାଇରସ୍‌

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଭୁବନେଶ୍ୱର : ଭାରତରେ କରୋନା ସଂକ୍ରମଣ ହାର ଭୟଙ୍କର ଗତିରେ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଆଶ୍ବସ୍ତ କରିବାକୁ ଯାଇ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। କହିଛନ୍ତି ଯେ ଦେଶରେ ସଂକ୍ରମଣ ହାର ବଢ଼ୁଥିଲେ ମଧ୍ୟ ସୁସ୍ଥ ହାର ବି ଉଲ୍ଲେଖନୀୟ ଭାବେ ବଢ଼ି ଚାଲିଛି। ମୃତ୍ୟୁହାର ମଧ୍ୟ ବିଶ୍ବର ବିଭିନ୍ନ ଦେଶ ତୁଳନାରେ କମ୍। ଆମ ଦେଶରେ ମୃତ୍ୟୁହାର ହେଉଛି ୧୦ ଲକ୍ଷରେ ମାତ୍ର ୨୦.୪। ଭାରତରେ ୧୨ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୭ ଲକ୍ଷ ୫୦ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ହାର ହେଉଛି ୬୩%। ଅର୍ଥାତ ଏବେ ମାତ୍ର ୪ ଲକ୍ଷ ୧୧ ହଜାର ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଚିକିତ୍ସାରେ କୌଣସି ଅସୁବିଧା ନାହିଁ। ସେମାନଙ୍କ ଚିକିତ୍ସା ଲାଗି କୋଭିଡ ହସପିଟାଲରେ ଶଯ୍ୟା, ଅକ୍ସିଜେନ୍, ଆଇସିୟୁ ଏବଂ ଭେଣ୍ଟିଲେଟରର କୌଣସି ଅଭାବ ନାହିଁ। ଏମାନଙ୍କର ଚିକିତ୍ସା ଠିକ୍ ଭାବେ ଚାଲିଛି ଏବଂ ନୂଆ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ପ୍ରସ୍ତୁତ ହୋଇ ରହିଛନ୍ତି। ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ସରକାର କୋଭିଡ୍ ପରିଚାଳନାରେ ଉତ୍ତମ ପ୍ରଦର୍ଶନ ଲାଗି ପ୍ରଶଂସାରେ ପୋତି ପକାଇଛନ୍ତି। ଜାତୀୟ ହାର ତୁଳନାରେ ଅନେକ ରାଜ୍ୟରେ ମୃତ୍ୟୁହାର କମ୍ ଥିବା ବେଳେ ଆରୋଗ୍ୟ ହାର ଅଧିକ ରହିଛି।

ସରକାରଙ୍କର ଏଭଳି ଆଶ୍ବାସନାଭରା ତଥ୍ୟ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ। କିନ୍ତୁ କରୋନା ରୋଗକୁ ନେଇ ଏବେ ବି ଦ୍ବନ୍ଦ୍ବ ରହିଛି। ୭ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହାର ମୁକାବିଲା ଲାଗି କୌଣସି ନିର୍ଦିଷ୍ଟ ଉପାୟ ବାହାରି ପାରିଲା ନାହିଁ। ଆସନ୍ତା ୪/୫ ମାସ ଭିତରେ ଏହାର ଟିକା ଆସିଯିବ ବୋଲି କୁହାଯାଉଛି, କିନ୍ତୁ ନ ଆସିବା ପର୍ଯ୍ୟନ୍ତ କିଛି କହି ହେବ ନାହିଁ। ଏହାପାଇଁ ନିର୍ଦିଷ୍ଟ ଔଷଧ ବାହାରି ପାରିଲା ନାହିଁ। ମେଡିକାଲ ସାଇନ୍ସ ଏଦିଗରେ ବିଫଳ ହୋଇଥିବା ନେଇ ପ୍ରଶ୍ନ ଉଠିଲାଣି।

ସବୁଠାରୁ ଉଲ୍ଳେଖନୀୟ କଥା ହେଉଛି ଯେ କରୋନା ଭାଇରସ୍ ରହସ୍ୟମୟ ହେବାକୁ ଲାଗିଛି। ଏହାର କାରଣ ଓ ନିରାକରଣ ଯେପରି ମେଡିକ‌ାଲ ସାଇନ୍ସ ପାଇଁ କଷ୍ଟକର ହୋଇପଡ଼ିଛି। ଆରମ୍ଭରୁ ଫେଲ୍ ମାରିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ର ଭୂମିକା ସନ୍ଦେହ ଘେରରେ ରହିଛି। ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଖବରକୁ ଚାପିବାକୁ ‌େଚଷ୍ଟା କରି ନିନ୍ଦିତ ହୋଇଥିବା ‘ହୁ’ ଏହାର ପରିଚାଳନାରେ ମଧ୍ୟ ବିଫଳ ହୋଇଛି। ଏହି ଭାଇରସ ପାଇଁ ଟିକା କିମ୍ବ‌ା ଔଷଧ ବାହାରି ନଥିବା ବେଳେ ଏହି ରୋଗରୁ ନିଜକୁ କିପରି ରକ୍ଷା କରାଯାଇପାରିବ ସେ ସଂପର୍କରେ ‘ହୁ’ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଗାଇଡଲାଇନ୍ସ ଜାରି କରି ଚାଲିଛି। ତଥାପି ରୋଗ ଥମିବାର ନାଁ ଧରୁନାହିଁ। ଅନ୍ୟପକ୍ଷରେ‌ ଏହା ବଢ଼ି ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ଲୋକମାନଙ୍କ ମଧ୍ୟରେ ଅନେକ ଦ୍ବନ୍ଦ୍ବ ଓ ପ୍ରଶ୍ନ ଉଠିଲାଣି:

୧. ଆରମ୍ଭରୁ କୁହାଗଲା ଭାଇରସ ଶରୀରରୁ ଶରୀରକୁ ଡେଉଁଛି। ଏବେ କହିଲେଣି ଭାଇରସ ପବନରେ ମଧ୍ୟ ସଂକ୍ରମିତ ହେଉଛି?
୨. ଏହି ‌ରୋଗର ଲକ୍ଷଣ ଥାଏ ଏବଂ ଲକ୍ଷଣ ନଥାଏ। ସ୍ବାବ୍ ପରୀକ୍ଷା ବେଳେ ଲକ୍ଷଣ ଥିବା ଅନେକ ଲୋକଙ୍କର ପଜିଟିଭ୍ ବାହାରୁଛି। ଲକ୍ଷଣ ନଥିବା ଲୋକଙ୍କର ମଧ୍ୟ ପଜିଟିଭ୍ ବାହାରୁଛି?
୩. ପ୍ରଥମେ କୁହାଯାଉଥିଲା ଯେ ଲକ୍ଷଣ ନଥାଇକି ପଜିଟିଭ୍ ବାହାରିଲେ ମଧ୍ୟ ମେଡିକାଲରେ ଭର୍ତି ହେବାକୁ ପଡ଼ିବ। ଏବେ କୁହାଯାଉଛି ଘରେ ରହି ଚିକିତ୍ସା କରାଯାଇପାରିବ?
୪. ଟେଷ୍ଟିଂକୁ ନେଇ ସନ୍ଦେହ। ଅନେକ କ୍ଷେତ୍ରରେ ୨୪ ଘଣ୍ଟା ଭିତରେ ଦୁଇ ପ୍ରକାର ରିପୋର୍ଟ? କେବେ ନେଗେ‌ଟିଭ ବାହାରୁ ଛି ତ ଆଉ କେତେବଳେ ପଜିଟିଭ୍ ବାହାରୁଛି? ସରକାରୀ ଓ ଘରୋଇ ପରୀକ୍ଷା ବେଳେ ମଧ୍ୟ ଅନେକ ସମୟରେ ଦୁଇ ପ୍ରକାର ରିପୋର୍ଟ ଆସୁଛି।
୫. କ୍ବାରାଣ୍ଟିନ ସମୟର ସ୍ଥିରତା ରହୁନି। କେବେ କହୁଛନ୍ତି ୨୧ ଦିନ କେବେ ୧୪ ଦିନ କେବେ ୭ ଦିନ?
୬. ସବୁ ପ୍ରକାର ସତର୍କତା ବା ପିିପିଇ ସହ ଡାକ୍ତର ଓ ଅନ୍ୟ ଡାକ୍ତରୀ କର୍ମଚାରୀ ଚିକିତ୍ସା କାମରେ ନିୟୋଜିତ ଥିବା ବେଳେ ସେମ‌ାନେ ସଂକ୍ରମିତ ହେଉଛନ୍ତି କିପରି?
୭. ଯେଉଁ ‌ଚୀନରୁ ଏହି ଭାଇରସ୍ ବାହାରିଛି ‌େସଠାରେ ଆଉ ସଂକ୍ରମଣ ନାହିଁ? ଚୀନରେ ମାତ୍ର ୮୩ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ମରିଛନ୍ତି ୪୬୦୦। ଅନ୍ୟପକ୍ଷ‌େରେ ଅନ୍ୟ ଦେଶମାନଙ୍କରେ ଏହି ଭାଇରସ୍ ତାଣ୍ଡବ ରଚାଇ ଚାଲିଛି କେମିତି?
୮. କୌତୂହଳର ବିଷୟ ହେଉଛି ବିଭିନ୍ନ ସରକାର କରୋନା ମୃତ୍ୟୁକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗୋଟିଏ ହେଲା କୋଭିଡ ମୃତ୍ୟୁ ଏବଂ ଦ୍ବିତୀୟଟି ହେଲା ନନ୍ କୋଭିଡ୍ ମୃତ୍ୟୁ। ଉଭୟ କ୍ଷେତ୍ର‌େର ରୋଗୀ କରୋନା ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ମୃତ୍ୟୁ ଘୋଷଣା ବେଳେ ଏଭଳି ରିପୋର୍ଟ ଦିଆଯାଉଛି।
ଏସବୁ ଦ୍ବନ୍ଦ୍ବ ପଛରେ ରହସ୍ୟଟି କଣ? ଏହି ଦ୍ବନ୍ଦ୍ବ ଶୀଘ୍ର ଦୂର ହେବା ଉଚିତ୍।

ସମ୍ବନ୍ଧିତ ଖବର