କୋଭିଡ଼୍‌ ସଂଗ୍ରାମରେ ହାରିଗଲେ କରୋନା ଯୋଦ୍ଧା ଡାକ୍ତର 

ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସ୍ନେହାଶିଷ ଗିରି କରୋନାରେ ସଂକ୍ରମିତ ହୋଇଥିଲେ। ଆଜି କଟକ ଏସ୍‌ସିବି କୋଭିଡ୍‌ ମେଡିକାଲରେ ସେ ଶେଷନିଃଶ୍ଵାସ ତ୍ୟାଗ କରିଛନ୍ତି। ପ୍ରାୟ ୧୫ ଦିନରୁ ଅଧିକ ଦିନ ଭେଣ୍ଟିଲେଟର୍‌ରେ ରହି ଚିକିତ୍ସିତ ହେଉଥିଲେ। ଦୁଇ ଦିନ ତଳେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା ବୋଲି ପରିବାର ତରଫରୁ ସୂଚନା ମିଳିଥିଲା। ଆଜି ହଠାତ୍ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଡାକ୍ତର ଗିରିଙ୍କ ଶେଷ ଦର୍ଶନ ପାଇଁ ଡାକ୍ତର ନିମାଇଁ ଚରଣ ବିଶିଙ୍କ ସମେତ ମେଡିକାଲ କର୍ମଚାରୀ କଟକ ଯାଇଥିବା ବେଳେ ଖଜୁରୀପଡ଼ା ତହସିଲଦାର ସ୍ୱପ୍ନିତା ନାୟକ, ବିଡିଓ ରବୀନ୍ଦ୍ରନାଥ କହଁର, ଥାନାଧିକାରୀ ରମାକାନ୍ତ ପାତ୍ର ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଡାକ୍ତର ଗିରି ୨୦୧୫ ମସିହାରୁ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିଲେ। ଏଠାରେ ଆୟୁଷ୍ ବିଭାଗ ଅଧୀନସ୍ଥ ସମସ୍ତ ଅଂଚଳରେ ଲୋକଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇବା କ୍ଷେତ୍ରରେ ସେ ସୁନାମ ଅର୍ଜନ କରିଥିଲେ। ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଆରମ୍ଭ ହେବା ପରେ ସେ ସ୍ଥାନୀୟ ଅଂଚଳରେ କୋଭିଡ୍‌ ସଂକ୍ରମିତ ଥିବା ଲୋକଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ସହ ଔଷଧ ବଣ୍ଟନ ଦିଗରେ ଉପଯୁକ୍ତ ସେବା ଯୋଗାଇ ଆସୁଥିଲେ। ଏ ସମୟରେ କରୋନା ଦ୍ବିତୀୟ ଲହର୍‌ରେ ସେ ନିଜେ ସଂକ୍ରମିତ ହୋଇଥିଲେ।

ସମ୍ବନ୍ଧିତ ଖବର