ଭୁବନେଶ୍ୱର: ଓଡ଼ିଆ ଜାତି ଏକ ମହାନ ଜାତି। ଏ ଜାତିର ଅତୀତର ଗାଥା ଯେତିକି ଏତିହ୍ୟ ସଂପନ୍ନ; ବୀରତ୍ୱର ଗାଥା ସେତିକି ମହାନ୍। ଅତୀତରେ ବହୁ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ହରେଇବାକୁ ଆସିଛି। ହେଲେ ଏ ଜାତି କେବେ ଭାଙ୍ଗି ପଡିନି କି ଭାଙ୍ଗିବ ନାହିଁ। ଇତିହାସ ଏହାର ସାକ୍ଷୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କେତେ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ହରେଇବାକୁ ଆସିଛି। ହେଲେ ଏ ଜାତି କେବେ ଭାଙ୍ଗି ପଡିନି କି ଭାଙ୍ଗିବ ନାହିଁ। ବାସ୍ ଆଉ କିଛି ଦିନର ଅପେକ୍ଷା, ଏ ମହାମାରୀ ବି ଚାଲିଯିବ। ପୁଣି ଫେରିବ ସେ ଖୁସିର ଦିନ। ଆମ ଧୈର୍ଯ୍ୟ, ଆମ ତ୍ୟାଗ ବଳରେ ଆସିବ ଏକ ନୂଆ ସକାଳ। ପୁଣି ହସିବ ଓଡ଼ିଶା। #ଜୟଜଗନ୍ନାଥ 🙏 pic.twitter.com/CZyDcF7lFw
— Naveen Patnaik (@Naveen_Odisha) April 27, 2020
ସେହିପରି ଏବେ ଆସିଛି କରୋନା। କିନ୍ତୁ କରୋନା ବି ଆମ କିଛି ହେଲେ ବିଗାଡ଼ି ପାରିବ ନାହିଁ। ବାସ୍ ଆଉ କିଛି ଦିନର ଅପେକ୍ଷା, ଏ ମହାମାରୀ ବି ଓଡ଼ିଶାବାସୀଙ୍କ ତ୍ୟାଗ ଓ ଏକତା ଆଗରେ ମୁଣ୍ଡ ନୁଆଁଇ ଚାଲିଯିବ। ପୁଣି ଫେରିବ ସେ ଖୁସିର ଦିନ। ଆମ ଧୈର୍ଯ୍ୟ, ଆମ ତ୍ୟାଗ ବଳରେ ଆସିବ ଏକ ନୂଆ ସକାଳ। ପୁଣି ହସିବ ଓଡ଼ିଶା। ଖାଲି ଆଉ କିଛି ଦିନର ଅପେକ୍ଷା। ଏଥିପାଇଁ ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
ଏହି ଉଦ୍ଦେଶ୍ୟରେ ଏ ଘଡ଼ିସନ୍ଧି ଓ ଆହ୍ଵନପୂର୍ଣ୍ଣ ସମୟରେ ରାଜ୍ୟବାସୀଙ୍କ ମଧ୍ୟରେ ନୂତନ ଶକ୍ତି ସଞ୍ଚାର ପାଇଁ ମଧ୍ୟ ରାଜ୍ୟ ସରକାରଙ୍କର ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ନୂତନ ଭିଡିଓ କ୍ଲିପ୍ ପ୍ରସ୍ତୁତ କରାଯିବା ସହ ଆଜି ଏହାକୁ ଉନ୍ମୋଚନ କରାଯାଇଛି।