‘ସେପ୍ଟେମ୍ବରରେ ଥମିବ କରୋନା’

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟବାସୀଙ୍କୁ କରୋନାରୁ ଆଶ୍ବସ୍ତି ମିଳିପାରେ। ଅଗଷ୍ଟ ମାସରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ଧୀରେଧୀରେ ଏହା ଖସିବାକୁ ଆରମ୍ଭ କରିବ। ସେପ୍ଟେମ୍ବର ମାସରେ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବ। ରାଜ୍ୟରେ କରୋନା ସଂକ୍ରମଣ ନେଇ ଏଭଳି ଆକଳନ କରିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଲସ୍‌ର ନିର୍ଦେଶକ ଅଜୟ ପରିଡ଼ା।

ଶ୍ରୀ ପରିଡ଼ା କହିଛନ୍ତି ଯେ ଚଳିତ ମାସରେ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ଧୀରେ ଧୀରେ ଏହା ଖସିବ। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି କିଛି ଜିଲ୍ଲା ସଂକ୍ରମଣ ସ୍ଥିର ରହିଛି। ଯଦିଓ କିଛି ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି, ତେବେ ତାହା ମଧ୍ୟ ଖସି ଆସିବ। ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ତେଣୁ ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ‌ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର