କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣେ କରୋନା ସନ୍ଦିଗ୍ଧ

ଭୁବନେଶ୍ବର : ଆଜି ସଂଧ୍ୟାରେ ନୟାଗଡ଼ ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ତାମିଲନାଡ଼ୁରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ସପ୍ତାହରେ ସେ ଗାଁକୁ ଫେରିଥିଲେ। ଗାଁକୁ ଫେରିବାର କିଛି ଦିନ ପରେ ତାଙ୍କୁ ଥଣ୍ଡା ଓ କାଶ ଲାଗି ରହିଥିଲା। ଏଥିପାଇଁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ। ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରି ଦିଆଯାଇଥିଲା। ଆଜି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ।

ଏହାପୂର୍ବରୁ ଆୟର୍ଲାଣ୍ଡର ଜଣେ ଯୁବକ ଓ ତାଙ୍କ ଭାରତୀୟ ସହଯୋଗୀ କରୋନା ସନ୍ଦିଗ୍ଧରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଦୁହିଁଙ୍କର ନମୁନା ନେଗେଟିଭ ଆସିଥିଲା।

ସମ୍ବନ୍ଧିତ ଖବର