ଗଞ୍ଜାମ ଜିଲ୍ଲାରେ ୩୪ ଦିନ ପରେ ୨ଶହ ତଳକୁ ଖସିଲା ସ˚କ୍ରମିତଙ୍କ ସ˚ଖ୍ୟା

୨ମହିଳା ସମେତ ୪ ମୃତ, ୩ଦିନରେ ଗଲାଣି ୧୨ଜୀବନ
ଜିଲ୍ଲାରେ ନମୁନା ପରୀକ୍ଷା ୧.୫ଲକ୍ଷ ଟପିଲା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ସ˚କ୍ରମଣରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି। ଦୀର୍ଘ ୩୪ ଦିନ ପରେ ଜିଲ୍ଲାରେ ଦୈନନ୍ଦିନ ସ˚କ୍ରମିତଙ୍କ ସ˚ଖ୍ୟା ୨ଶହ ତଳକୁ ଖସିଛି। ଜିଲ୍ଲାରୁ ଆସି ୧୬୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ପରୀକ୍ଷା ଆଜି ୧.୫ଲକ୍ଷ ପାର ହୋଇଛି। ଏସବୁ ସତ୍ତ୍ବେ କିନ୍ତୁ ଜିଲ୍ଲାରେ କରୋନା ଜନିତ ମୃତ୍ୟୁହାରରେ ସୁଧାର ଆସିପାରିନାହିଁ। ଆଜି ପୁଣି ୨ ମହିଳାଙ୍କ ସମେତ ୪ଜଣଙ୍କ ଜୀବନ ନେଇଛି କରୋନା। ଗତ ୩ଦିନ ହେଲେ ପ୍ରତ୍ୟେହ କରୋନାରେ ୪ଜଣଙ୍କ ଜୀବନ ଯାଉଛି।

ଅନିୟନ୍ତ୍ରିତ ମଧୁମେହରେ ପୀଡ଼ିତ ୭୧ବର୍ଷୀୟ ବୃଦ୍ଧ ୪୨ବର୍ଷୀୟ ଯୁବକ, ୫୦ବର୍ଷୀୟ ମହିଳା ଏବ˚ ଉଚ୍ଚରକ୍ତଚାପ ଓ ମଧୁମେହରେ ପୀଡ଼ିତ ୫୯ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ଘଟିଛି। ଜିଲ୍ଲାରେ ସମୁଦାୟ ମୃତ୍ୟୁ ସ˚ଖ୍ୟା ୧୭୮ରେ ପହଞ୍ଚିଛି। କୋଭିଡରେ ୧୭୦ଜଣ ଏବ˚ ଅଣ କୋଭିଡରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଗତ ମେ ୨ତାରିଖରେ ଗଞ୍ଜାମ ଜିଲ୍ଲାରେ କରୋନା ପାଦ ଥାପି ଥିଲା। ଏପ୍ରିଲ ଠାରୁ ଜିଲ୍ଲାରେ ନମୁନା ପରୀକ୍ଷା ଆରମ୍ଭ ହୋଇଥିଲା। ଆଜି ଜିଲ୍ଲାରେ ନମୁନା ପରୀକ୍ଷା ୧.୫ଲକ୍ଷ ପାର ହୋଇ ୧ଲକ୍ଷ ୫୦ହଜାର ୩୨୪ରେ ପହଞ୍ଚିଛି। ବର୍ତ୍ତମାନ ଜିଲ୍ଲାରେ ପ୍ରତ୍ୟେହ ହାରାହାରି ୮ ରୁ ୯ହଜାର କୋଭିଡ଼୍ ପରୀକ୍ଷା କରାଯାଉଛି। ଗତକାଲି ୭୯୫୫ଟି ପରୀକ୍ଷା କରାଯାଇଥିଲା । ୧୬୨ଟି ପଜିଟିଭ ବାହାରିଛି। ଜୁଲାଇ ୧୮ତାରିଖରେ ୧୮୨ଟି ପଜିଟିଭ ବାହାରିଥିଲା। ଏହା ପରଠାରୁ ସବୁବେଳେ ୨ଶହ ଉପରେ ଦୈନନ୍ଦିନ ପଜିଟିଭ ସ˚ଖ୍ୟା ରହିଥିଲା। ଏପରିକି ଦିନକରେ ୭୪୨ ପଜିଟିଭ ଚିହ୍ନଟ ହୋଇଥିଲେ। ଦୀର୍ଘ ୩୪ ଦିନ ପରେ ୨ଶହ ତଳକୁ ପଜିଟିଭ ସ˚ଖ୍ୟା ଖସିଛି। ଆଜି ଚିହ୍ନଟ ସ˚କ୍ରମିତଙ୍କ ମଧ୍ୟରେ ୧୫୪ଜଣ ପଜିଟିଭ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତ, ରାଜ୍ୟ ବାହାର ଫେରନ୍ତା ସ˚କ୍ରମିତ ୩ଜଣ ଏବ˚ ସ˚କ୍ରମିତ କୋଭିଡ଼ ଯୋଦ୍ଧା ୫ ଜଣ ରହିଛନ୍ତି। ପଜିଟିଭ୍‌ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତଙ୍କ ମଧ୍ୟରେ ଆସିକାର ୧୩ଜଣ, ବେଗୁନିଆପଡ଼ାର ୪ଜଣ, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ,ସାନଖେମୁଣ୍ତି, ଦିଗପହଣ୍ତି ଓ ଭଞ୍ଜନଗରର ୩ଜଣ ଲେଖାଏଁ, ବ୍ରହ୍ମପୁର ମହାନଗରର ୨୬ଜଣ, ବୁଗୁଡ଼ା, ସୋରଡ଼ା ଓ ଶେରଗଡ଼ର ଜଣେ ଲେଖାଏଁ, ଛତ୍ରପୁରର ୧୩ଜଣ, ଚିକିଟିର ୫ଜଣ, ଗଞ୍ଜାମର ୭ଜଣ, ହିଞ୍ଜିଳିାକାଟୁ, ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରର ୯ଜଣ ଲେଖାଏଁ, କୁକୁଡ଼ାହାଣ୍ତି ଓ ପୋଲସରାର ୬ଜଣ ଲେଖାଏଁ, ପାତ୍ରପୁରର ୧୦ଜଣ, ପୁରୁଷୋତ୍ତମପୁରର ୪ଜଣ ଓ ରଙ୍ଗେଇଲୁଣ୍ତାର ୧୫ଜଣ ରହିଛନ୍ତି। ଅନ୍ୟାନ ଜଣେ ରହିଛନ୍ତି। ଆସିକା, ବେଗୁନିଆପଡ଼ା ଓ ହିଞ୍ଜିଳକାଟୁରେ ଜଣେ ଲେଖାଏଁ ରାଜ୍ୟ ବାହାର ସ˚କ୍ରମିତ ରହିଛନ୍ତି। ଆସିକା ଓ ଛତ୍ରପୁରର ୨ଜଣ ଲେଖାଏଁ ଏବ˚ ବେଗୁନିଆପଡ଼ାର ଜଣେ କୋଭିଡ଼ା ଯୋଦ୍ଧା ସ˚କ୍ରମିତ ହୋଇଛନ୍ତି। ଜିଲ୍ଲାର ସମୁଦାୟ ସ˚କ୍ରମିତ ସ˚ଖ୍ୟା ୧୫୮୮୬ରେ ପହଞ୍ଚିଛି। ଜିଲ୍ଳାରେ ଗତକାଲି ସୁଦ୍ଧା ୧୩ହଜାର ୭୭୩ଜଣ ସୁସ୍ଥ ହୋଇଥିଲେ। ଜିଲ୍ଲାରେ ଏବେ ୧୯୩୫ଜଣ ସ˚କ୍ରମିତ ରହିଛନ୍ତି।

ସମ୍ବନ୍ଧିତ ଖବର