କୋରାପୁଟ ଜିଲ୍ଲାରୁ ପୁଣି ୮୨ ଆକ୍ରାନ୍ତ ଚିହ୍ନଟ, ୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଆରୋଗ୍ୟ ହୋଇଛନ୍ତି ୪୨୧୨

କୋରାପୁଟ: ଅଗଷ୍ଟରୁ ଆରମ୍ଭ ହୋଇଥିବା କରୋନାର ଉଚ୍ଚା ସଂକ୍ରମଣ ଏ ପର୍ଯ୍ୟନ୍ତ ଜାରି ରହିଛି। ନିୟମିତ ପ୍ରାୟ ଶହେ ଲେଖାଏଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କୋରାପୁଟ ଜିଲ୍ଲାରୁ ଆଉ ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ପାର କରି ଯାଇଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୮ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୪୪ ଜଣ ସ୍ଥାନୀୟ ସଂକ୍ରମିତ। ଏଥିରୁ ୧୦ ଜଣ କଣ୍ଟେନମେଣ୍ଟ ଜୋନରୁ। ତେବେ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହା ସହ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୪୨୧୨ରେ ପହଞ୍ଚିଛି।

କିଛି ଦିନର ବ୍ୟବଧାନ ପରେ ଜୟପୁର ସହରରେ ପୁଣି ବଢିଛି ସଂକ୍ରମଣ। ଆଜି ଏଠାରୁ ସର୍ବାଧିକ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନାବେଡା ପୌରାଞ୍ଚଳରୁ ୯ ଜଣ, କୋରାପୁଟ ସହରରୁ ୬ ଜଣ ଓ କୋଟପାଡ ସହରରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବନ୍ଧୁଗାଁ ବ୍ଲକରୁ ୨ ଜଣ, ବୈପାରୀଗୁଡା ବ୍ଲକରୁ ୬ ଜଣ, ବୋରିଗୁମ୍ମା ବ୍ଲକରୁ ୫ ଜଣ, ଦଶମନ୍ତପୁର ବ୍ଲକରୁ ୨ ଜଣ, ଜୟପୁର ବ୍ଲକରୁ ୩ ଜଣ, କୋରାପୁଟ ବ୍ଲକରୁ ୧୧ ଜଣ, କୁନ୍ଦୁରା ବ୍ଲକରୁ ୪ ଜଣ, ଲମତାପୁଟରୁ ୨ ଜଣ, ଲକ୍ଷ୍ମୀପୁର ବ୍ଲକରୁ ୬ ଜଣ, ପଟାଙ୍ଗୀ ବ୍ଲକରୁ ଜଣେ ଓ ସେମିଳିଗୁଡା ବ୍ଲକରୁ ୪ ଜଣ ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜିର ସଂକ୍ରମିତଙ୍କ ଭିତରେ ୫୨ ଜଣ ପୁରୁଷ ଓ ୩୦ଜଣ ମହିଳା ରହିଛନ୍ତି।

କୋରାପୁଟ ସହରରେ ଆଜି ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଏଥିରୁ ୨ ଜଣ କହ୍ନେଇପୁଟରୁ। ମେଡିକାଲ କଲେଜ, ଏସଓଜି, ଓଏମପି ଓ ଅମୀନ ଲାଇନରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋରାପୁଟ ବ୍ଲକରେ ଆଜି ୧୧ ଜଣ ସଂକ୍ରମିତ ରହିଥିଲାବେଳେ ଏଥିରୁ ୩ ଜଣ ଦାମନଯୋଡି ଅଂଚଳରୁ। ବଣ୍ଡାଗୁଡା ଓ ଲଙ୍କାପୁଟରୁ ୨ ଜଣ ଲେଖାଏଁ ରହିଥିଲାବେଳେ ଚଂପାଗୁଡା, ମାଛରା, ମହାଦେଇପୁଟ ଓ ଟି. ଲିମକା ଗାଁରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ସୁନାବେଡା ପୌରାଞ୍ଚଳରେ ଆଜି ସଂକ୍ରମଣ ସାମାନ୍ୟ କମିଛି। ଆଜି ଏଠାରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଏଥିରୁ ୪ଜଣ ହାଲ ଟାଉନସିପରୁ। ସେମିଳିଗୁଡା ବଜାରରୁ ୩ ଜଣ ସଂକ୍ରମିତ ହୋଇଥିଲାବେଳେ ଚକରଲିପୁଟ ଓ ସୁନାବେଡା ବଜାରରୁ ଜଣେ ଲେଖାଏଁ ସଂକ୍ରମିତ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେମିଳିଗୁଡାର ଭେଜାପୁଟ, ଚାରାଙ୍ଗୁଲ, କୁମାରଗୁଡା ଓ ତଳମାଣିଆ ଗାଁରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନାରାୟଣପାଟଣାରୁ ସଂକ୍ରମିତ ନ ଥିଲାବେଳେ କୋଟପାଡ ଅଂଚଳରେ ସଂକ୍ରମଣ କମିଛି। ତେବେ ଜିଲ୍ଲାର ବିଭିନ୍ନ ଭାଗରୁ ଖେଳେଇ ହୋଇ ସଂକ୍ରମିତ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇଛି।

ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫,୦୦୮ରେ ପହଞ୍ଚିଛି। ଅବଶ୍ୟ, ଏହି ଅନୁପାତରେ ଆରୋଗ୍ୟଙ୍କ ସଂଖ୍ୟା ବଢୁଛି। ଏ ଭିତରେ ଜିଲ୍ଲାରୁ ୪ ହଜାରରୁ ଅଧିକ ସଂକ୍ରମିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଲେଣି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରୁ ମୋଟ ୬୩,୩୬୩ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୬୨,୫୬୨ ଜଣଙ୍କର ରିପୋର୍ଟ ପ୍ରଶାସନ ପାଖରେ ପହଞ୍ଚିଛି। ୫୦୦୮ ଜଣ ପଜିଟିଭ ରହିଥିଲାବେଳେ ୪୨୧୨ ଜଣ ଏଥିରୁ ଆରୋଗ୍ୟ ଲାଭ କରି ସାରିଛନ୍ତି।

ସମ୍ବନ୍ଧିତ ଖବର