ମୟୂରଭଞ୍ଜ ଜିଲ୍ଲାରେ ପାଞ୍ଚ ଦିନରେ ଦ୍ୱିତୀୟ ଥର ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ପାର

ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୬୧୯କୁ ବୃଦ୍ଧି, ୨୧୩ ସୁସ୍ଥ

ବାରିପଦା : ପାଞ୍ଚ ଦିନରେ ୨ୟ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରେ ୩ଶହ ପାର କରିଛି କରୋନା। ସେପ୍ଟେମ୍ବର ମାସ ଆରମ୍ଭରୁ ଜିଲ୍ଲାରେ କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି ଏହି ମହାମାରୀ। ଆଜି ପୁଣି ୩୨୬ ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ମାତ୍ର ୭ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ, ୧୦ ଜଣ ଗୃହ ସଙ୍ଗରୋଧରୁ ଆସିଥିବାବେଳେ ୩୦୯ ଜଣ ସ୍ଥାନୀୟ ସଂସ୍ପର୍ଶରୁ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୮ ଜଣ କାର୍ଯ୍ୟରତ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। କଟକ ଓ ଭୁବନେଶ୍ୱରରେ ୨ ଜଣ ସଂକ୍ରମିତ ହୋଇଛନ୍ତି। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ହଜାର ୬୧୯ରେ ପହଞ୍ଚିଛି ।

ଆଜି ବାରିପଦା ପୌରପରିଷଦରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ସାହି ବ୍ଲକରେ ୧୦ ପୁରୁଷ ଓ ୮ ମହିଳା, ବହଳଦା ବ୍ଲକରେ ୮ ପୁରୁଷ ଓ ୩ ମହିଳା, ବାଙ୍ଗିରିପୋଷି ବ୍ଲକରେ ୬ ପୁରୁଷ ଓ ୫ ମହିଳା, ବାରିପଦା ବ୍ଲକରେ ୯ ପୁରୁଷ ଓ ୨ ମହିଳା, ବେତନଟୀ ବ୍ଲକରେ ୨ ପୁରୁଷ ଓ ୧୫ ମହିଳା, ବିଜାତଳା ବ୍ଲକ୍‌ରେ ଜଣେ ୧୧ ବର୍ଷର ନାବାଳକ ଓ ଜଣେ ୪୨ ବର୍ଷର ପୁରୁଷ କରୋନା ଚିହ୍ନଟ ହୋଇଛନ୍ତି। ବିଶୋଇ ବ୍ଲକ୍‌ରୁ ୫ ଜଣ ପୁରୁଷ, ଗୋପବନ୍ଧୁନଗର ବ୍ଲକ୍‌ରୁ ୭ ପୁରୁଷ ଓ ୫ ମହିଳା, ଜାମଦା ବ୍ଲକ୍‌ରୁ ଜଣେ ଯୁବତୀ ଓ ୧୪ ବର୍ଷର ନାବାଳକ ସହ ଅନ୍ୟ ଜଣେ ଯୁବକ, ଯଶୀପୁର ବ୍ଲକ୍‌ରୁ ୭ ପୁରୁଷ ଓ ୩ ମହିଳା, କପ୍ତିପଦା ବ୍ଲକରୁ ୫ ପୁରୁଷ , କରଞ୍ଜିଆ ବ୍ଲକରୁ ୬ ପୁରୁଷ ଓ ୨ ମହିଳା, କରଞ୍ଜିଆ ଏନଏସିରୁ ୯ ପୁରୁଷ ଓ ୮ ମହିଳା, ଖୁଣ୍ଟା ବ୍ଲକରୁ ଜଣେ ୪ ମାସର ଶିଶୁପୁତ୍ର ସହିତ ୭ ପୁରୁଷ ଓ ୬ ମହିଳା, କୁଳିଅଣା ବ୍ଲକରୁ ୫ ପୁରୁଷ ଓ ୫ ମହିଳା, କୁସୁମୀ ବ୍ଲକରୁ ୪ ପୁରୁଷ ଓ ୨ ମହିଳା, ମୋରଡ଼ା ବ୍ଲକରୁ ୭ ପୁରୁଷ ଓ ୯ ମହିଳା, ରାଇରଙ୍ଗପୁର ବ୍ଲକରୁ ୭ ପୁରୁଷ ଓ ୯ ମହିଳା, ରାଇରଙ୍ଗପୁର ପୌରପରିଷଦରୁ ୧ ପୁରୁଷ, ରରୁଆଁ ବ୍ଲକରୁ ୭ ପୁରୁଷ ଓ ଜଣେ ୭ ବର୍ଷିୟା ନାବାଳିକା, ରାସଗୋବିନ୍ଦପୁର ବ୍ଲକରୁ ୩ ପୁରୁଷ ଓ ୩ ମହିଳା, ସାରସକଣା ବ୍ଲକରୁ ୧୧ ଯୁବକ ଓ ୨ ଯୁବତୀ, ଶାମାଖୁଣ୍ଟା ବ୍ଲକ୍‌ରୁ ୧୨ ବର୍ଷର ନାବାଳକ ସହ ୫ ପୁରୁଷ ଓ ୫ ବର୍ଷିୟା ନାବାଳିକା ସହ ୪ ମହିଳା, ଶୁକୃଳି ବ୍ଲକରୁ ଜଣେ ଯୁବକ ଓ ୩ ମହିଳା, ଶୁଳିଆପଦା ବ୍ଲକରୁ ୭ ପୁରୁଷ ଓ ୨ ମହିଳା, ଠାକୁରମୁଣ୍ଡା ବ୍ଲକରୁ ୮ ବର୍ଷର ନାବାଳକ ସହ ୪ ଯୁବକ ଓ ଜଣେ ଯୁବତୀ, ଉଦଳା ବ୍ଲକରୁ ଜଣେ ୮ ବର୍ଷର ନାବାଳକ ସହ ୭ ପୁରୁଷ ଓ ୫ ମହିଳା ଏବଂ ଉଦଳା ଏନଏସିରୁ ୫ ପୁରୁଷ ଓ ୩ ମହିଳା ରହିଛନ୍ତି । ରାଉରଙ୍ଗପୁର, କପ୍ତିପଦା, ଠାକୁରମୁଣ୍ଡା, ରରୁଆଁ ଓ ବାରିପଦା ବ୍ଲକ ଅଞ୍ଚଳରୁ ୮ କାର୍ଯ୍ୟରତ କୋଭିଡ୍ ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଛି । ସେହିପରି ଆଜି ଜିଲ୍ଲାରୁ ୨୧୩ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୨୮୩୯ରେ ପହଞ୍ଚିଛି। ସକ୍ରିୟଙ୍କ ସଂଖ୍ୟା ୧୭୭୨ ଥିବା ଜଣାପଡ଼ିଛି। ଜିଲ୍ଲାରେ ୮ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବାରିପଦାରେ ବିସ୍ଫୋରଣ, ଜିଲ୍ଲାରୁ ସର୍ବାଧିକ ୫୭ ଆକ୍ରାନ୍ତ ଚିହ୍ନଟ
ବାରିପଦା : ମୟୂରଭଞ୍ଜରେ କରୋନା କ୍ରମଶଃ ଅଣାୟତ ହେଉଥିବାବେଳେ ବାରିପଦା ପୌରପରିଷଦରେ ଏହା ବିସ୍ଫୋରକ ପରିସ୍ଥିତିରେ ପହଞ୍ଚିଛି। ଆଜି ଜିଲ୍ଲାରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଏଠାରୁ ଚିହ୍ନଟ ହୋଇଛନ୍ତି। ୩୭ ପୁରୁଷ ଓ ୨୦ ମହିଳା ଏହି ପୌରାଞ୍ଚଳରୁ ସଂକ୍ରମିତ ହୋଇଛନ୍ତି। ଅଧିକାଂଶ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ବେଲଗଡ଼ିଆ, ମଧୁବନ, ଡିଆରଡିଏ କାର୍ଯ୍ୟାଳୟ, ନିୟୁ କଲୋନୀ, କାଳୀ ମନ୍ଦିର ସାହି ପୁଲିସ୍ କ୍ବାର୍ଟର, ପାଲବଣୀ, ଶୂନଗଡ଼ିଆ, ବାଘଡ଼ା ରୋଡ, ପ୍ରଫୁଲ ନଗର ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ମଧୁବନ ଅଞ୍ଚଳରୁ ୧୩ରୁ ଊର୍ଧ୍ବ ଚିହ୍ନଟ ହୋଇଛନ୍ତି। ସେହିପରି ୫ମ ବାଟାଲିୟନରୁ ମଧ୍ୟ ଜଣେ ସଂକ୍ରମିତ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିନିମନ୍ତେ ସମସ୍ତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପ୍ରଶାସନ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର