ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ଜାରି : ଦିନକରେ ୧୭୦୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗତ କିଛି ଦିନ ହେଲା ପ୍ରାୟ ସ୍ଥିର ରହିଛି। କିଛି ଦିନ ୧୫୦୦ ତଳକୁ ଦୈନିକ ସଂକ୍ରମଣ ଖସିଥିଲା ବେଳେ ଏବେ ସାମାନ୍ୟ ବୃଦ୍ଧି ପାଇ ୧୫୦୦ରୁ ୨୦୦୦ ଭିତରେ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୮୫ ଜଣ ସଙ୍ଗରୋଧରେ ଥିଲା ବେଳେ ୭୨୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ସେହିପରି ପୂର୍ବ ଦିନଗୁଡ଼ିକ ପରି ଆଜି ମଧ୍ୟ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହିଛି। ଉଭୟ ଆକ୍ରାନ୍ତ ଓ ସୁସ୍ଥ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି।

ଦିନକରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ‌େହାଇଛନ୍ତି। ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ମୟୂରଭଞ୍ଜ (୧୨୧) ଓ କଟକ (୧୧୫) ଅଛନ୍ତି। ଏହା ବାଦ୍ ସୁନ୍ଦରଗଡ଼ରୁ ୧୦୭, ବରଗଡ଼ରୁ ୯୯, ନୂଆପଡ଼ାରୁ ୮୬, ଅନୁଗୁଳରୁ ୭୯, କଳାହାଣ୍ଡି ଓ କେନ୍ଦୁଝରରୁ ୭୨, ଜଗତସିଂହପୁରରୁ ୬୮, ଢେଙ୍କାନାଳରୁ ୬୪, ବାଲେଶ୍ୱରରୁ ୬୧, ପୁରୀରୁ ୫୮, ବଲାଙ୍ଗୀରରୁ ୫୩, କେନ୍ଦ୍ରାପଡ଼ାରୁ ୫୦, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ମାଲକାନଗିରିରୁ ୩୯, କୋରାପୁଟରୁ ୩୮, ନୟାଗଡ଼ରୁ ୨୯, ଝାରସୁଗୁଡ଼ାରୁ ୨୮, ନବରଙ୍ଗପୁରରୁ ୨୬, କନ୍ଧମାଳରୁ ୨୦, ଗଞ୍ଜାମରୁ ୧୯, ବୌଦ୍ଧରୁ ୧୮, ରାୟଗଡ଼ାରୁ ୧୬, ଭଦ୍ରକରୁ ୧୧, ଦେବଗଡ଼ରୁ ୯, ସୋନପୁରରୁ ୭, ଗଜପତି ୪ ଓ ଷ୍ଟେଟ ପୁଲ୍‌ରୁ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୁସ୍ଥ ହୋଇଥିବା ୧୮୧୫ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୨୦ ଜଣ ଥିଲା ବେଳେ କଟକରୁ ୧୫୨, ଅନୁଗୁଳରୁ ୧୪୮, ସୁନ୍ଦରଗଡ଼ରୁ ୯୭, ପୁରୀରୁ ୯୬, ମୟୂରଭଞ୍ଜରୁ ୮୩, ବଲାଙ୍ଗୀର ଓ ଯାଜପୁରରୁ ୭୬ ଲେଖାଏ, କେନ୍ଦୁଝରରୁ ୬୮, ଭଦ୍ରକରୁ ୬୭, କେନ୍ଦ୍ରାପଡ଼ାରୁ ୬୨,ବରଗଡ଼ରୁ ୬୧, ଜଗତସିଂହପୁରରୁ ୬୦, ନୂଆପଡ଼ାରୁ ୫୮, ‌େକାରାପୁଟରୁ ୪୯, କଳାହାଣ୍ଡିରୁ ୪୫, ବାଲେଶ୍ବରରୁ ୪୨, ନବରଙ୍ଗପୁର ଓ ସମ୍ବଲପୁରରୁ ୩୯ ଲେଖାଏ, ଝାରସୁଗୁଡ଼ାରୁ ୩୫, ମାଲକାନଗିରିରୁ ୩୪, ନୟାଗଡ଼ରୁ ୩୦, ବୌଦ୍ଧ ଓ ଗଞ୍ଜାମରୁ ୨୩ ଲେଖାଏ, ଢେଙ୍କାନାଳରୁ ୨୧, କନ୍ଧମାଳରୁ ୧୮, ଗଜପତି ଓ‌ ସୋନପୁରରୁ ୧୫ ଲେଖାଏ, ରାୟଗଡ଼ାରୁ ୧୨, ଦେବଗଡ଼ରୁ ୭ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତର ଭାବେ ୧୦ ରୁ ୧୫ ଭିତ‌େର ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୩୩୧ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ କେନ୍ଦୁଝର, ଭୁବନେଶ୍ବର, ନୂଆପଡ଼ା, ଦେବଗଡ଼, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଓ ମାଲକାନଗିରିରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୬,୦୧,୮୬୦ ଜଣଙ୍କ କୋଭିଡ୍‌ ଟେଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର