ରାଜ୍ୟରେ ଦେଢ଼ ହଜାର ସଂକ୍ରମଣ ଧାରା ଜାରି

ଦିନକରେ ୧୫୪୭ ପଜିଟିଭ୍, ୧୧ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଦେଢ଼ ହଜାର ଧାରା ଜାରି ରହିଛି। କେତେବେଳେ ଏହି ସଂଖ୍ୟାରୁ ସାମାନ୍ୟ କମୁଛି ତ’ ଆଉ କେତେବେଳେ ବଢ଼ୁଛି। ତେବେ ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣରେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହେବା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଆଣିଛି।

ଅପରପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ଥମୁନାହିଁ। ଆଜି ୧୧ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୩୦୮କୁ ବୃଦ୍ଧି ପାଇଛି। ଆଜି ଘୋଷଣା ହୋଇଥିବା ମୃତକଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୩ଜଣ ରହିଛନ୍ତି। ଏହାବାଦ୍ କଟକରୁ ୨, ରାୟଗଡ଼ା, ନୂଆପଡ଼ା, କନ୍ଧମାଳ, ଝାରସୁଗୁଡ଼ା, ଗଞ୍ଜାମ ଓ ଅନୁଗୁଳରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଏପର୍ଯ୍ୟନ୍ତ ଗଞ୍ଜାମରେ ୨୨୯, ଖୋର୍ଧା ୨୨୬, ପୁରୀ ୮୩, ବାଲେଶ୍ବର ୬୮, ସୁନ୍ଦରଗଡ଼ ୬୪ ଓ ମୟୂରଭଞ୍ଜରୁ ୫୭ଜଣ ପ୍ରାଣ ହରାଇଛନ୍ତି।

ଚିହ୍ନଟ ୧୫୪୭ ରୋଗୀଙ୍କ ମଧ୍ୟରେ ୮୯୧ଜଣ ସଙ୍ଗରୋଧରୁ ଓ ୬୫୬ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୧୫୯ଜଣଙ୍କୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହିଛି। ଖୋର୍ଧରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୮,୪୪୬କୁ ବୃଦ୍ଧି ପାଇଛି। ଅନ୍ୟ ଜିଲ୍ଲା ଭିତରେ କଟକ ୯୮, ଅନୁଗୁଳ ୯୫, ଜଗତସିଂହପୁର ୮୯, ମୟୂରଭଞ୍ଜ ୮୮, ବାଲେଶ୍ବର ଓ ବଲାଙ୍ଗୀରେ ୭୯ ଲେଖାଏଁ, କେନ୍ଦୁଝର ୭୧, ଯାଜପୁର ୭୦, ନୂଆପଡ଼ା ଓ ପୁରୀରେ ୫୯ ଲେଖାଏଁ, ସୁନ୍ଦରଗଡ଼ ୫୮, କେନ୍ଦ୍ରାପଡ଼ା ୬୧, ଢେଙ୍କାନାଳ ୪୦, କୋରାପୁଟ ୩୭, ଭଦ୍ରକ ୪୩, ବରଗଡ଼ ୩୫, ଝାରସୁଗୁଡ଼ା, କୋରାପୁଟ୍‌ ଓ କଳାହାଣ୍ଡି ୩୭ ଲେଖାଏଁ, ନୟାଗଡ଼ ୩୪, ଷ୍ଟେଟ୍‌ ପୁଲ ୩୩, ନବରଙ୍ଗପୁର ୩୦, ଗଞ୍ଜାମ ୨୪, ସମ୍ବଲପୁର ୨୩, ସୋନପୁର ୨୨, ମାଲକାନାଗିରି ଓ ଦେବଗଡ଼ରେ ୧୭ ଲେଖାଏଁ, ବୌଦ୍ଧ ୧୨ ଓ ରାୟଗଡ଼ାରେ ୯ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬୭କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୧୮ଶହ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୭୩ହଜାର ୮୩୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୩,୪୪୭କୁ ଖସି ଆସିଛି। ଚଳିତମାସରେ ରାଜ୍ୟରେ ଲଗାତାର ଭାବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ଖୋର୍ଧାରୁ ସର୍ବାଧିକ ୨୩୩ଜଣ ସୁସ୍ଥ ହୋଇଛନ୍ତି। ଏହାସହ କଟକ ୧୪୮, ନୂଆପଡ଼ା ୧୦୦, ମୟୂରଭଞ୍ଜ ୯୪, ଅନୁଗୁଳ ୮୧, ସୁନ୍ଦରଗଡ଼ ୭୬, କେନ୍ଦୁଝର ୭୪, ବାଲେଶ୍ବର ୭୨, ପୁରୀ ୬୯, ଯାଜପୁର ୬୬, ବରଗଡ଼ ୬୫, କେନ୍ଦ୍ରାପଡ଼ା ୬୨, ବଲାଙ୍ଗୀର ୬୧, ଭଦ୍ରକ ଓ ଜଗତସିଂହପୁରରୁ ୬୦ ଲେଖାଏଁ, ନବରଙ୍ଗପୁର ୫୩, କୋରାପୁଟ ୪୪, କଳାହାଣ୍ଡି ୪୨, ଝାରସୁଗୁଡ଼ା ୪୦, ଢେଙ୍କାନାଳ, ମାଲକାନାଗିରି ଓ ସମ୍ବଲପୁରରୁ ୩୫ ଲେଖାଏଁ, ଗଞ୍ଜାମ ଓ କନ୍ଧମାଳ ୨୯ ଲେଖାଏଁ, ନୟାଗଡ଼ ୨୭, ରାୟଗଡ଼ା ୧୨, ଦେବଗଡ଼ ୮, ଗଜପତି ୭, ବୌଦ୍ଧ ୬ ଓ ଷ୍ଟେଟ୍‌ ପୁଲରୁ ୪୮ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର