ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଟପିଲା
ଆଉ ୯ ମୃତ, ସୁସ୍ଥ ହେଲେ ଆଉ ୧୭୭୩
ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। କେବଳ ଖୋର୍ଧା ଜିଲ୍ଳା ନୁହେଁ, ରାଜ୍ୟର ପ୍ରମୁଖ ଜିଲ୍ଲାରେ ସଂକ୍ରମଣ ଉପରମୁହାଁ ହୋଇଛି। ଏପିରିକି ଖୋର୍ଧା ଜିଲ୍ଲା ପରେ ଏବେ କରୋନା ସଂକ୍ରମଣରେ ଗଞ୍ଜାମକୁ ପଛରେ ପକାଇ ଦେଇଛି କଟକ ଜିଲ୍ଲା। ଗତ ୩ଦିନ ଧରି ଏଭଳି ଧାରା ଦେଖିବାକୁ ମିଳିଲାଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮୧୯ ପଜିଟିଭ୍ ଚିହ୍ନଟ କରାଯାଇଛି। ଏଥିରେ ୧୧ଟି ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ଟପିଛି। ସେହିପରି ଖୋର୍ଦ୍ଧାରେ ୧୧ହଜାର ୨୮୮ ଓ କଟକ ଜିଲ୍ଲାରେ ୫୧୭୪ ରୋଗୀ ଚିହ୍ନଟ ହୋଇ ସାରିଲେଣି। ୨୩ଟି ଜିଲ୍ଲାରେ ଏବେ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହେବା ରାଜ୍ୟର କରୋନାର ରାଜ୍ୟବ୍ୟାପୀ ଚିତ୍ରକୁ ଦର୍ଶାଉଛି। ଯଦି ଏଭଳି ସଂକ୍ରମଣ ହାରରେ ରାଜ୍ୟରେ କରୋନା ବଢ଼ିବ ତା’ହାଲେ ଚଳିତମାସ ସୁଦ୍ଧା ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଛୁଇଁବା ନେଇ ଆଶଙ୍କା ଦେଖା ଦେଲାଣି। ଏହାସହ ମାସ ଶେଷ ବେଳକୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦ ହଜାର ଛୁଇଁପାରେ।
ରାଜ୍ୟରେ ଆଜି ୯ଜଣ କରୋନାରେ ପ୍ରାଣ ହରାଇଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୩ଜଣ ମୃତକ ରହିଛନ୍ତି। ଗଞ୍ଜାମର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗୀରରେ ଜେଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ସୁନ୍ଦରଗଡ଼ର ୫୪ ଓ ୬୦ବର୍ଷର ଦୁଇ ଜଣ ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୧୭୧, ଖୋର୍ଧାରେ ୫୪, ସୁନ୍ଦରଗଡ଼ ୨୬, କଟକ ୨୨, ରାୟଗଡ଼ା ୧୮, ଗଜପତି ୧୬, ପୁରୀ ଓ ନୟାଗଡ଼ରୁ ୧୦ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଅଣ କରୋନା ମୃତ୍ୟୁ ୫୩ ରହିଛି। ଗତ ୧୧ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶେଷଥର ଲାଗି ରାଜ୍ୟରେ ଅଣ କରୋନା ମୃତ୍ୟୁ ସଂପର୍କରେ ଘୋଷଣା ହୋଇଥିଲା।
ଗତ ୨୪ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ତାଲିକାରେ ଆଗରେ ରହିଛି ଖୋର୍ଧା। ଜିଲ୍ଲାରୁ ୪୪୩ ପଜିଟିଭ୍ ରହିଛନ୍ତି। ଏହାବାଦ୍ କଟକ ୨୫୭, ମୟୂରଭଞ୍ଜ ୨୧୯, ଗଞ୍ଜାମ ୧୯୨, ରାୟଗଡ଼ା ୧୪୭, ସମ୍ବଲପୁର ୧୪୫, ବରଗଡ଼ ୧୩୬, ଯାଜପୁର ୧୨୦, ବାଲେଶ୍ବର ୧୦୫, ଢେଙ୍କାନାଳ ୧୦୦, ମାଲକାନଗିରି ୮୩, କୋରାପୁଟ ୮୧, ଭଦ୍ରକ ୭୭, ନୟାଗଡ଼ ୬୪, ଝାରସୁଗୁଡ଼ା ୬୩, କେନ୍ଦ୍ରାପଡ଼ା ଓ ଗଜପତି ୬୨ ଲେଖାଏଁ, ସୁନ୍ଦରଗଡ଼ ୫୭, ବଲାଙ୍ଗୀର ୫୬, କଳାହାଣ୍ଡି ୫୫, ଜଗତସିଂହପୁର ୪୮, କନ୍ଧମାଳ ୪୪, ନବରଙ୍ଗପୁର ୪୩, ଅନୁଗୁଳ ୨୩, ସୋନପୁର ୧୪, କେନ୍ଦୁଝର ୭, ବୌଦ୍ଧ ୬ ଓ ନୂଆପଡ଼ାରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ୧୬୯୧ ସଙ୍ଗରୋଧରୁ ଓ ୧୧୨୮ ସ୍ଥାନୀୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଆଜି ରାଜ୍ୟରେ ୧୭୭୩ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ସର୍ବାଧିକ ୨୫୪ଜଣ ଖୋର୍ଧା ଜିଲ୍ଲାରୁ ରହିଛନ୍ତି। ଏହାବାଦ୍ ଗଞ୍ଜାମରୁ ୨୧୬, କଟକ ୧୪୭, ସମ୍ବଲପୁର ୧୨୫, କନ୍ଧମାଳ ୯୨, ଯାଜପୁର ୮୭, ମୟୂରଭଞ୍ଜ ୮୦, ରାୟଗଡ଼ା ୭୭, ପୁରୀ ୭୪, ମାଲକାନଗିରି ୭୨, କୋରାପୁଟ ୬୯, ସୁନ୍ଦରଗଡ଼ ୮, ବାଲେଶ୍ବର ୫୮, ନୟାଗଡ଼ ୫୧, କଳାହାଣ୍ଡି ଓ କେନ୍ଦୁଝରରୁ ୩୮ଜଣ ଲେଖାଏଁ, ବରଗଡ଼ ୩୨, ଗଜପତି ୩୦, ବଲାଙ୍ଗୀର ୨୬, ଭଦ୍ରକ ୨୫, ନବରଙ୍ଗପୁର ୨୩, କେନ୍ଦ୍ରାପଡ଼ା ୨୨, ଢେଙ୍କାନାଳ ୨୦, ଝାରସୁଗୁଡ଼ା ୧୯, ଜଗତସିଂହପୁର ୧୫, ଅନୁଗୁଳ ୭, ନୂଆପଡ଼ା ଓ ସୋନପୁରରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୨୨୭୬ରେ ପହଞ୍ଚିଛି।