ଭୁବନେଶ୍ବର : ଚୀନ୍ କିମ୍ବା କରୋନା ସଂକ୍ରମିତ ଦେଶରୁ ଓଡ଼ିଶାକୁ ପ୍ରତ୍ୟାବର୍ତନ କରିଥିବା ବ୍ୟକ୍ତିମାନଙ୍କୁ ନଜରରେ ରଖିଛି ସ୍ବାସ୍ଥ୍ୟ ବିଭାଗ। ଗତମାସ ୧୫ତାରିଖରୁ ଆଜି ପର୍ଯ୍ୟନ୍ତ ୧୧୨ଜଣ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ କରାଯାଇଛି। ଆଜିସୁଦ୍ଧା ୨ଜଣ ବ୍ୟକ୍ତି ଅବଜରଭେସନ୍ରେ ରହିଛନ୍ତି। ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂଗ୍ରହ କରାଯାଇଥିବା ୮ ରକ୍ତ ନମୁନା ମଧ୍ୟରୁ ସମସ୍ତ ନମୁନା ନେଭେଟିଜ୍ ରହିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏବେ ୫୫ଜଣ ବ୍ୟକ୍ତି ଘରେ ଆଇସୋଲେସନ୍ରେ ରହିଥିବା ବେଳେ ୪ଜଣ ଡାକ୍ତରଖାନାରେ ଆଇସୋଲେସନ୍ ୱାର୍ଡରେ ରହିଛନ୍ତି। ତେବେ ଯେଉଁ ବ୍ୟକ୍ତିମାନଙ୍କୁ କରୋନା ସନ୍ଦିଗ୍ଧ ଭାବେ ସ୍କ୍ରିନିଂ କରାଯାଇଥିଲା ତହିଁରୁ ୫୩ଜଣଙ୍କ ଆଇସୋଲେସନ୍ ଶେଷ ହୋଇସାରିଛି।
ଓଡ଼ିଶାରେ କରୋନା ଭୟ : ସ୍ବାସ୍ଥ୍ୟ ବିଭାଗର ନଜରରେ ୧୧୨
/sambad/media/post_attachments/wp-content/uploads/2020/02/coronavirus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)