ଓଡ଼ିଶାରେ କରୋନା ଭୟ : ଘରେ ଚିକିତ୍ସିତ ହେଉଛନ୍ତି ୬୨

ଭୁବନେଶ୍ବର : ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯଦିଓ ଏ ପର୍ଯ୍ୟନ୍ତ ଜଣେ ହେଲେ କରୋନା ଭୂତାଣୁରେ ସଂକ୍ରମିତ ଥିବା ଚିହ୍ନଟ ହୋଇ ନାହାନ୍ତି ତଥାପି ସ୍ବାସ୍ଥ୍ୟ ବିଭାଗ କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ହସ୍ପିଟାଲରେ କିମ୍ବା ଘରେ ରହିବା ଲାଗି ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୨ଜଣ ସନ୍ଦିଗ୍ଧ ବ୍ୟକ୍ତି ନିଜ ଘରେ ରହି ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ଏ ପର୍ଯ୍ୟନ୍ତ ୯୩ଜଣଙ୍କୁ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ସାରିଲାଣି। ଘରେ ଚିକିତ୍ସିତ ହେଉଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୨୮ଜଣଙ୍କୁ ବିପଦ ମୁକ୍ତ ଘୋଷଣା କରାଯାଇଛି। ଅପରପକ୍ଷରେ ରାଜ୍ୟରେ ୭ଜଣଙ୍କୁ ଛାଡ଼ି ଦେଲେ ଆଉ କାହାର ନମୁନା ସଂଗ୍ରହ କରାଯାଇ ନାହିଁ। ଏହାସହ ଲୋକମାନଙ୍କୁ କରୋନା ଭୂତାଣୁ ସଂପର୍କିତ ସୂଚନା ପାଇଁ ୨୪ଘଣ୍ଟିଆ ହେଲ୍‌ପଲାଇନ ନମ୍ବର କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର