ଓଡ଼ିଶାରେ କରେନା ଭୂତାଣୁ : ସ୍ୱାସ୍ଥ୍ୟ ବିଭାଗ‌ ନଜରରେ ୧୦୮ ଜଣ

ଭୁବନେଶ୍ବର : କରେନା ଭୂତାଣୁ ସଂକ୍ରମିତ ଦେଶରୁ ଓଡ଼ିଶାକୁ ଫେରିଥିବା ସନ୍ଦିଗ୍ଧଙ୍କ ସଂଖ୍ୟା ୧୦୮ ଛୁଇଁଛି। ଆଜି ୫ଜଣଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିହ୍ନଟ କରିବା ପରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଚୀନ୍‌ର ଉହାନରେ ଥିବା ୩ଜଣ ଓଡ଼ିଆ ଦିଲ୍ଲୀରେ କ୍ବାରେଣ୍ଟାଇନ୍‌ରେ ଥିବା ବେ‌ଳେ ଗତକାଲି ଓଡ଼ିଶା ଫେରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଯୋଗାଯୋଗ କରାଯିବା ସହିତ ଘରେ ଆଇସୋଲେସନ୍‌ରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ହୋମ୍ ଆଇସୋଲେସନ୍‌ରେ ଥିବା ୬୫ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪୦ଜଣ ଏଥିରୁ ମୁକ୍ତ ହୋଇଛନ୍ତି। ତେବେ ଆଜି ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ନାହିଁ। ଆସନ୍ତା ୧ମାସ ପର୍ଯ୍ୟନ୍ତ ଏଭଳି ସ୍କ୍ରିନିଂ ବ୍ୟବସ୍ଥା ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର