ଭୁବନେଶ୍ୱର : କଲବଲ କଲାଣି କରୋନା। ପ୍ରତିଦିନ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ରେକର୍ଡ ଭାଙ୍ଗି ନୂଆ ଶୀର୍ଷକୁ ଛୁଉଁଛି। କରୋନା ଗ୍ରାଫ୍ ତଳକୁ ଖସିବା ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମଣର ସବୁ ରେକର୍ଡ ଭାଙ୍ଗିଛି କରୋନା। ଦିନକରେ ୪୧୯୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ରାଜ୍ୟ ସଂକ୍ରମଣରେ ସର୍ବକାଳୀନ ରେକର୍ଡ। ଦିନକରେ ୪୯,୩୯୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ହଠାତ୍ ୮.୪ ପ୍ରତିଶତକୁ ବୃଦ୍ଧି ପାଇଛି।

Advertisment

ଅପରପକ୍ଷରେ ଗୋଟିଏ ମାସରେ ରାଜ୍ୟରେ ଲକ୍ଷେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୨ ତାରିଖରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ଛୁଇଁଥିଲା। ମାତ୍ର ଗତକାଲି ସୁଦ୍ଧା ଆହୁରି ୧ ଲକ୍ଷରୁ ଅଧିକ ରୋଗୀ ରାଜ୍ୟର ସଂକ୍ରମଣ ତାଲିକାରେ ସାମିଲ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ସଂଖ୍ୟା ଛୁଇଁବା ଲାଗି ରାଜ୍ୟରେ ୧୫୦ଦିନ ଲାଗିଥିଲା। ତେବେ ଗୋଟିଏ ମାସରେ ଲକ୍ଷେ ରୋଗୀ ଚିହ୍ନଟ ହେବା ଓଡ଼ିଶାର କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ଏଥିରୁ ସ୍ପଷ୍ଟ ହେବାରେ ଲାଗିଛି।

ସଂକ୍ରମଣ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଆଜି ରାଜ୍ୟରେ ୧୧ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ କଟକର ସର୍ବାଧିକ ୪ଜଣ ମୃତକ ରହିଛନ୍ତି। ଏହାବାଦ୍ ଭୁବନେଶ୍ବର, ବଲାଙ୍ଗୀରରୁ ୨ଜଣ ଲେଖାଏଁ, କନ୍ଧମାଳ, ନୟାଗଡ଼ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୬୩୭ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୨୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଧାରେ ଏହି ସଂଖ୍ୟା ୯୪ ଛୁଇଁଛି। ଏହାବାଦ୍ କଟକରେ ୫୧, ସୁନ୍ଦରଗଡ଼ ୩୮, ରାୟଗଡ଼ା ୩୩, ପୁରୀ ୨୫, ଗଜପତି ୧୮, ନୟାଗଡ଼ ୧୭, ସମ୍ବଲପୁର ଓ କନ୍ଧମାଳରୁ ୧୬ ଲେଖାଏଁ, ମୟୂରଭଞ୍ଜ ୧୧ ଓ ଭଦ୍ରକରୁ ୧୦ଜଣ ପ୍ରାଣ ହରାଇଛନ୍ତି।

ଚିହ୍ନଟ ୪୧୯୮ ଆକ୍ରାନ୍ତଙ୍କ ମଧ୍ୟରେ ୨୪୭୬ ସଙ୍ଗରୋଧରୁ ଓ ୧୭୨୨ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୭୫୮ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ କଟକ ୩୬୭, ପୁରୀ ୩୧୦, ବଲାଙ୍ଗୀର ୧୯୭, ସୁନ୍ଦରଗଡ଼ ୧୯୫, ଯାଜପୁର ୧୫୬, କେନ୍ଦ୍ରାପଡ଼ା ୧୪୩, ରାୟଗଡ଼ା ୧୩୬, ମୟୂରଭଞ୍ଜ ୧୩୩, ବାଲେଶ୍ବର ଓ ସମ୍ବଲପୁରରୁ ୧୩୦ ଲେଖାଏଁ, ନୂଆପଡ଼ା ୧୧୬, ଅନୁଗୁଳ ୧୦୮, କୋରାପୁଟ ୯୯, ନବରଙ୍ଗପୁର ୯୮, ଜଗତ୍‌ସିଂହପୁର ୯୭, ବରଗଡ଼ ଓ ଝାରସୁଗୁଡ଼ା ୯୫ ଲେଖାଏଁ, କଳାହାଣ୍ଡି ୯୩, ଢେଙ୍କାନାଳ ୮୦, କନ୍ଧମାଳ ୭୮, ସୋନପୁର ୭୪, କେନ୍ଦୁଝର ୬୩, ଭଦ୍ରକ ୫୩, ଗଞ୍ଜାମ ୪୪, ନୟାଗଡ଼ ୪୩, ଦେବଗଡ଼ ୩୪, ବୌଦ୍ଧ ୧୯, ଗଜପତି ୧୪ ଓ ଷ୍ଟେଟ୍‌ ପୁଲ ୨୧୮ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫୫ହଜାରରେ ପହଞ୍ଚିଛି। ଖୋର୍ଧାରେ ଏ ପର୍ଯ୍ୟନ୍ତ ୨୬,୭୫୪ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏହାବାଦ୍ ଗଞ୍ଜାମ ୧୯୨୫୫, କଟକ ୧୩୩୮୨, ପୁରୀ ୬୫୯୭, ରାୟଗଡ଼ା ୬୨୨୨, ଯାଜପୁର ୫୮୯୦, ମୟୂରଭଞ୍ଜ ୫୭୫୧, ସୁନ୍ଦରଗଡ଼ ୫୭୨୮, ବାଲେଶ୍ବରରେ ୫୩୦୪ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏକମାତ୍ର ଜିଲ୍ଲା ଭାବେ ଦେବଗଡ଼ରେ ମାତ୍ର ୪୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି ୩୩୮୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସର୍ବାଧିକ ୫୦୩ ଜଣ ଖୋର୍ଧାରୁ ରହିଛନ୍ତି। ଏହାବାଦ୍ କଟକ ୩୪୪, ବରଗଡ଼ ୨୬୨, ଯାଜପୁର ୧୭୭, ମୟୂରଭଞ୍ଜ ୧୭୫, ଭଦ୍ରକ ୧୬୭, ବାଲେଶ୍ବର ୧୫୬, ଢେଙ୍କାନାଳ ୧୪୬, ପୁରୀ ୧୧୨, ଜଗତସିଂହପୁର ୧୦୨, ରାୟଗଡ଼ା ୯୫, ଗଞ୍ଜାମ ଓ ସମ୍ବଲପୁରରୁ ୯୪ ଲେଖାଏଁ, ଅନୁଗୁଳ ୯୧, ନୟାଗଡ଼ ଓ ସୋନପୁରରୁ ୯୦ ଲେଖାଏଁ, ବଲାଙ୍ଗୀର ୮୦, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ୭୦ ଲେଖାଏଁ, ଝାରସୁଗୁଡ଼ା ୬୮, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୬୪ ଲେଖାଏଁ, କେନ୍ଦୁଝର ୫୧, କନ୍ଧମାଳ ୪୫, ନୂଆପଡ଼ା ୪୦, କଳାହାଣ୍ଡି ୩୯, ଗଜପତି ୨୯, ବୌଦ୍ଧ ୨୭, ମାଲକାନଗିରି ୨୫ ଓ ଦେବଗଡ଼ରୁ ୧୨ଜଣ ରହିଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୨୨ହଜାର ୨୪ରେ ପହଞ୍ଚିଛି।