୫ଟି ଜିଲ୍ଲା ପରେ ପାରାଦୀପରେ ବି ଜାରି ହେଲା ୧୪୪ ଧାରା

ପାରାଦୀପ: ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କରୋନା ପାଇଁ ପାରାଦୀପରେ ୧୪୪ଧାରା ଜାରି କରିଛନ୍ତି। ଆଜି ଅପରାହ୍ନରେ  ଜିଲ୍ଲାପାଳ ବିଭିନ୍ନ ହୋଟେଲ୍‌ ଓ କଲ୍ୟାଣ ମଣ୍ଡପରେ ପହଞ୍ଚି କରୋନା ଉପରେ ସମସ୍ତେ ସଚେତନ ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

କୌଣସି ସଭାସମିତି, ରାଲି, ବୈଠକରେ ଏକାଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଯିଏ ଏହି ନିୟମ ମାନିବ ନାହିଁ ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବିଜୁ ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପରେ କରୋନା ସନ୍ଦିଗ୍ଧମାନଙ୍କୁ ରଖାଯାଇ ଚିକିତ୍ସା କରାଯିବ ବୋଲି ମଧ୍ୟ ଜାଗା ଚିହ୍ନଟ କରାଯାଇଛି।

Image result for paradeep
india rail info

ଅପରପକ୍ଷେ ପାରାଦୀପ ବନ୍ଦର ପ୍ରଶାସନ ମଧ୍ୟ କରୋନା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛି । ପାରାଦୀପ ବନ୍ଦରକୁ ଅସୁଥିବା ପ୍ରତ୍ୟେକ ଜାହାଜର ବିଦେଶୀ କ୍ରୁ ମେମ୍ବରମାନଙ୍କୁ ଉପକୂଳ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ସେହିପରି ପ୍ରତ୍ୟେକ ଜାହାଜ୍‌ ତାର ଆସୁଥିବା ସ୍ଥାନରୁ ୧୪ ଦିନ ସମୁଦ୍ରରେ ବିତାଇ ସାରିବା ପରେ ଯାଇ ବନ୍ଦର ପୋତାଶ୍ରୟକୁ ଆସିବାକୁ ଅନୁମତି ମିଳିବ ବୋଲି ବନ୍ଦର ଅଧ୍ୟକ୍ଷ ରୀଙ୍କଶ ରାଏ ପ୍ରକାଶ କରିଛନ୍ତି ।

ପାରାଦ୍ୱୀପକୁ ମିଶାଇ ରାଜ୍ୟର ୬ଟି ଜିଲ୍ଲାରେ କରୋନା ମୁକାବିଲା ପାଇଁ ୧୪୪ ଧାରା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର ଓ ବଲାଙ୍ଗୀର ରହିଛି।

ସମ୍ବନ୍ଧିତ ଖବର