ଭୁବନେଶ୍ୱର : ଚଳିତ ସେପ୍ଟେମ୍ବରରେ ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ପରେ ରେକର୍ଡ କରୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୩୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଏ ପର୍ଯ୍ୟନ୍ତ ସର୍ବାଧିକ। ରାଜ୍ୟର ୧୬ଟି ଜିଲ୍ଲାରେ ଦିନକରେ ଶହେରୁ ଅଧିକ ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ପୂର୍ବଭଳି ଖୋର୍ଧା, କଟକ, ପୁରୀ ଓ ଅନୁଗୁଳରେ ଦ୍ରୁତ ସଂକ୍ରମଣ ଜାରି ରହିଛି। ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୯ହଜାର ୮୮୦ରେ ପହଞ୍ଚିଛି। ରାଜ୍ୟରେ କରୋନା ଗ୍ରାଫ୍ ତଳକୁ ଆସିବା ବଦଳରେ ବଢ଼ି ବଢ଼ି ଚାଲିଛି। ସପ୍ତାହରେ ଖୋର୍ଧାରେ ସଂକ୍ରମଣ କମିବ ବୋଲି ଭରସା ଦେଇଥିଲେ। ମାତ୍ର ଖୋର୍ଧାରେ ସଂକ୍ରମଣ କମିବା ନେଇ କୌଣସି ସୂଚନା ଦେଖାଯାଉ ନାହିଁ। ଏପରିକି ଜିଲ୍ଲା ଏବେ ୩୧ହଜାର ନିକଟତର ହୋଇଛି। ଯାଜପୁର ଓ ରାୟଗଡ଼ାକୁ ପଛରେ ପକାଇ ପୁରୀ ଏବେ ସଂକ୍ରମଣରେ ଚତୁର୍ଥ ସ୍ଥାନରେ ପହଞ୍ଚି ଗଲାଣି।
ଅପରପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ଶହ ପାର୍ କରିଛି। ଆଜି ୧୦ଜଣ କରୋନାରେ ପ୍ରାଣ ହରାଇଥିବା ଘୋଷଣା ହେବା ପରେ ସମୁଦାୟ ସଂଖ୍ୟା ୭୦୧ରେ ପହଞ୍ଚିଛି। ଏଥିରେ କଟକ ଓ ପୁରୀରେ ୨ଜଣ ଲେଖାଏଁ, ବଲାଙ୍ଗୀର, ଗଞ୍ଜାମ, ଖୋର୍ଧା, କଳାହାଣ୍ଡି, ମୟୂରଭଞ୍ଜ ଓ ସମ୍ବଲପୁରରେ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୨୧୬ଜଣ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ୧୦୪, କଟକ ୫୯, ସୁନ୍ଦରଗଡ଼ ୩୯, ପୁରୀ ୩୭, ରାୟଗଡ଼ା ୩୫, ସମ୍ବଲପୁର ଓ ଗଜପତିରେ ୨୨ ଲେଖାଏଁ, କନ୍ଧମାଳ ୧୮, ନୟାଗଡ଼ ୧୭, ବାଲେଶ୍ବର ୧୬, ବଲାଙ୍ଗୀର ୧୫, ମୟୂରଭଞ୍ଜ ୧୪, ବରଗଡ଼ ୧୨, ଭଦ୍ରକ ୧୧ଜଣ କରୋନାର ଶିକାର ହୋଇଛନ୍ତି। ୨୮ ଜିଲ୍ଲାରେ ଏ ଯାଏଁ କରୋନା ମୃତ୍ୟୁ ହୋଇଛି।
ଗତ ୨୪ଘଣ୍ଟାରେ ଚିହ୍ନଟ ୪୩୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୫୬ ସଙ୍ଗରୋଧରୁ ଓ ୧୭୭୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରେ ସର୍ବାଧିକ ୬୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ୫୪୯, ପୁରୀ ୨୯୨, ଷ୍ଟେଟ୍ ପୁଲ ୨୨୫, କନ୍ଧମାଳ ୧୭୮, ଅନୁଗୁଳ ୧୭୬, ଜଗତସିଂହପୁର ୧୬୭, ଯାଜପୁର ୧୫୮, ଝାରସୁଗୁଡ଼ା ୧୫୩, ମୟୂରଭଞ୍ଜ ୧୫୨, ନବରଙ୍ଗପୁର ୧୩୩, ସୁନ୍ଦରଗଡ଼ ୧୨୩, ବାଲେଶ୍ବର ୧୨୧, କେନ୍ଦୁଝର ୧୧୮, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ ୧୦୭ ଲେଖାଏଁ, କଳାହାଣ୍ଡି ୧୦୦, ବରଗଡ଼ ୯୯, କୋରାପୁଟ ୯୪, ରାୟଗଡ଼ା ୮୫, ବଲାଙ୍ଗୀର ୭୯, ଭଦ୍ରକ ୭୪, ଢେଙ୍କାନାଳ ୬୭, ମାଲକାନଗିରି ୬୩, ନୂଆପଡ଼ା ୬୨, ନୟାଗଡ଼ ୫୩, ଗଞ୍ଜାମ ୫୧, ବୌଦ୍ଧ ୪୭, ସୋନପୁର ୨୫, ଗଜପତି ୧୬ ଓ ଦେବଗଡ଼ରୁ ୧୨ଜଣ ଚିହ୍ନଟ ହୋଇଛନ୍ତି।
ଖୋର୍ଧାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୭୮୯ରେ ପହଞ୍ଚିଛି। ଗଞ୍ଜାମ ୧୯,୬୧୮, କଟକ ୧୬,୦୩୪, ପୁରୀ ୮୨୦୫, ଯାଜପୁର ୬୮୩୬, ରାୟଗଡ଼ା ୬୭୮୪, ମୟୂରଭଞ୍ଜ ୬୫୮୮, ସୁନ୍ଦରଗଡ଼ ୬୪୧୪, ବାଲେଶ୍ବର ୬୧୮୮, କୋରାପୁଟ ୫୪୪୧ ଓ ବରଗଡ଼ରେ ୫୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜି ୪୦୧୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୪୫ହଜାର ୬୭୫ରେ ପହଞ୍ଚିଛି। ଆଜି ଖୋର୍ଧାରୁ ସର୍ବାଧିକ ୮୪୦ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୪୩୪, ପୁରୀ ୨୭୪, ବାଲେଶ୍ବର ୧୯୪, କେନ୍ଦ୍ରାପଡ଼ା ୧୩୯, ସୋନପୁର ୧୩୬, ଜଗତସିଂହପୁର ୧୨୬, ଯାଜପୁର ୧୨୦, ଅନୁଗୁଳ ୧୧୬, ରାୟଗଡ଼ା ୧୧୩, ଝାରସୁଗୁଡ଼ା ୧୧୧, ଭଦ୍ରକ ୧୦୪, ବରଗଡ଼ ୯୫, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୯୦ ଲେଖାଏଁ, କୋରାପୁଟ ୮୮, ମୟୂରଭଞ୍ଜ ୮୩, ନୂଆପଡ଼ା ୭୭, କନ୍ଧମାଳ ୭୫, ନବରଙ୍ଗପୁର ୭୧, ଢେଙ୍କାନାଳ ଓ ଗଞ୍ଜାମରୁ ୬୭ ଲେଖାଏଁ, ନୟାଗଡ଼ ୬୦, କେନ୍ଦୁଝର ୫୭, ବଲାଙ୍ଗୀର ୪୬, କଳାହାଣ୍ଡି ୪୨, ବୌଦ୍ଧ ୩୪, ମାଲକାନଗିରି ୩୩, ଦେବଗଡ଼ ୧୭, ଗଜପତି ୧୫ ଓ ଷ୍ଟେଟ୍ ପୁଲ ୨୦୪ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩,୬୨୧ ରହିଛି।