ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ଏବେ ଉପର ମୁହାଁ। ଗତ ୨୪ ଘଣ୍ଟାରେ ଉଭୟ ସଂକ୍ରମଣ ଓ ମୃତ୍ୟୁ ସବୁ ପୂର୍ବ ରେକର୍ଡକୁ ଭାଙ୍ଗିଛି। ଦିନକରେ ୪୩୪୦ ସଂକ୍ରମଣ ହେବା ସହ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଆଜି ସଂକ୍ରମଣ ସଂଖ୍ୟା ପାଖାପାଖି ୨ ଲକ୍ଷ ହୋଇଛି। ଆସନ୍ତାକାଲି ଏହି ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିବାର ଆଶଙ୍କା ରହିଛି।
ଗତ କିଛି ଦିନ ଧରି ଦୈନିକ କରୋନା ପଜିଟିଭ୍ ସଂଖ୍ୟା ୪ ହଜାର ତଳକୁ ଖସୁନି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା କି ବର୍ତ୍ତମାନ ସୁଦ୍ଧା ସର୍ବାଧିକ। ସେମାନଙ୍କ ମଧ୍ୟରୁ ୨୫୧୭ ସଙ୍ଗରୋଧରୁ ଓ ୧୮୨୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୯୬,୮୮୮ରେ ପହଞ୍ଚିଛି।
ଆଜି ମଧ୍ୟ ଖୋର୍ଦ୍ଧା ଓ କଟକ ଜିଲ୍ଲା ସଂକ୍ରମଣ ତାଲିକାର ଶୀର୍ଷରେ ରହିଛନ୍ତି। ଖୋର୍ଦ୍ଧାରେ ୬୫୩ ଓ କଟକରେ ୫୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ତୃତୀୟରେ ରହିଛି ପୁରୀ ଜିଲ୍ଲା (୨୦୩)। ଏହା ବାଦ୍ ଜଗତସିଂହପୁରରୁ ୧୯୩, ଝାରସୁଗୁଡ଼ାରୁ ୧୭୪, ବାଲେଶ୍ବରରୁ ୧୬୨, ଅନୁଗୁଳରୁ ୧୫୫, ଯାଜପୁରରୁ ୧୫୧, ନବରଙ୍ଗପୁର ଓ କନ୍ଧମାଳରୁ ୧୪୩ ଲେଖାଏ, ସୁନ୍ଦରଗଡ଼ରୁ ୧୩୮, ସମ୍ବଲପୁରରୁ ୧୩୦, ସୋନୁପରରୁ ୧୨୯, ମୟୂରଭଞ୍ଜରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୯, ବରଗଡ଼ରୁ ୧୦୮, ଭଦ୍ରକରୁ ୧୦୫, ଗଞ୍ଜାମ କେନ୍ଦୁଝରରୁ ୯୦, ନୟାଗଡ଼ରୁ ୮୪, କୋରାପୁଟରୁ ୭୭, ନୂଆପଡ଼ାରୁ ୭୪, ବୌଦ୍ଧରୁ ୬୭, ରାୟଗଡ଼ାରୁ ୬୨, କଳାହାଣ୍ଡିରୁ ୫୮, ଢେଙ୍କାନାଳରୁ ୫୬, ବଲାଙ୍ଗୀରରୁ ୫୩, ମାଲକାନଗିରିରୁ ୩୪, ଦେବଗଡ଼ରୁ ୨୨, ଗଜପତିରୁ ୧୯ ଏବଂ ଷ୍ଟେଟ୍ ପୁଲ୍ରୁ ୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କୋଭିଡ୍ ସଂକ୍ରମଣରେ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଲଗାତର ଦୁଇ ଦିନ ଧରି ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ଗତ ୨୪ ଘଣ୍ଟା ଭିତରେ ୧୬ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ସୂଚନା ଦିଆଯାଇଛି। ପୁରୀରୁ ସର୍ବାଧିକ ୪ ଜଣ ମୃତ୍ୟୁ ମୁଖରେ ପଡ଼ିଥିଲା ବେଳେ ଭୁବନେଶ୍ବରରୁ ୩, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ, ବଲାଙ୍ଗୀର, ମୟୂରଭଞ୍ଜ, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୩୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୦ ଜଣ ଆରୋଗ୍ୟ ଲାଭ କରିଥିଲା ବେଳେ କଟକରୁ ୪୨୭, ପୁରୀରୁ ୧୫୮, ବାଲେଶ୍ବରରୁ ୧୫୫, ବରଗଡ଼ ଓ ଝାରସୁଗୁଡ଼ାରୁ ୧୫୨ ଲେଖାଏ, କନ୍ଧମାଳ ଓ ମୟୂରଭଞ୍ଜରୁ ୧୩୫ ଲେଖାଏ, ସମ୍ବଲପୁରରୁ ୧୨୭, ରାୟଗଡ଼ାରୁ ୧୧୮, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୦୫, ଗଞ୍ଜାମରୁ ୯୯, ବଲାଙ୍ଗୀରରୁ ୯୮, ଭଦ୍ରକରୁ ୯୨, ନବରଙ୍ଗପୁରରୁ ୮୧, ନୂଆପଡ଼ାରୁ ୭୭, କେନ୍ଦୁଝରରୁ ୭୬, ଢେଙ୍କାନାଳରୁ ୭୪, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୬୯ ଲେଖାଏ, କଳାହାଣ୍ଡି ଓ ସୋନପୁରରୁ ୬୫ ଲେଖାଏ, ସୁନ୍ଦରଗଡ଼ରୁ ୬୨, ଗଜପତିରୁ ୫୮, ନୟାଗଡ଼ରୁ ୪୭, ମାଲକାନଗିରିରୁ ୪୬, ବୌଦ୍ଧରୁ ୪୪, ଅନୁଗୁଳରୁ ୩୯, ଦେବଗଡ଼ରୁ ୭ ଏବଂ ଷ୍ଟେଟ୍ ପୁଲ୍ରୁ ୨୮୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୧,୬୧,୦୪୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଗତକାଲି ମୋଟ ୫୦,୫୭୦ ନମୁନା ପରୀକ୍ଷା କରାଯାଇଥିଲା। ତାହା ମଧ୍ୟରେ ଆଣ୍ଟିଜେନ୍ ୪୨,୦୨୪, ଆର୍ଟି-ପିସିଆର୍ ୮,୪୪୫ ଏବଂ ଟ୍ରୁନାଟ୍ ୧୦୧ ରହିଛି।