ଲୋକଙ୍କ ବେପରୁଆ ମନୋଭାବ ବିପଦ ଟାଣି ଆଣିବ : ଆଜିଠୁ କଠୋର ହେବ ଝାରସୁଗୁଡ଼ା ପୁଲିସ, ତାଲାବନ୍ଦକୁ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ

ଝାରସୁଗୁଡ଼ା : କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ନାନା ଉଦ୍ୟମ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ଏଥିପାଇଁ ଲକ୍‌ଡାଉନ ଘୋଷଣା କରିଛନ୍ତି। କରୋନାର ଭୟାଭୟ ପରିସ୍ଥିତି ସଂପର୍କରେ ଲୋକେ୍ ଅନୁମାନ କରି ପାରୁନଥିବାରୁ ସରକାରଙ୍କ ଏହି ନିୟମକୁ ବେପରୁଆ ଭାବରେ ଗ୍ରହଣ କରୁଛନ୍ତି। ଫଳରେ ଏଭଳି ମାନସିକତା ସମସ୍ତଙ୍କ କ୍ଷତି କରିବା ଆଶଙ୍କା ଥିବାରୁ ମଙ୍ଗଳବାର ରାସ୍ତାରେ ବୁଲୁଥିବା ଲୋକଙ୍କ ପ୍ରତି ପୁଲିସ କୋଠର ଆଭିମୂଖ୍ୟ ଗ୍ରହଣ କରିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଲୋକଙ୍କୁ ଭଲ ଭାବରେ ବୁଝାଇଲେ ସେମାନେ ବୁଝୁନଥିବାରୁ ଆଜି ପୁଲିସ ପକ୍ଷରୁ ସହରରେ ପ୍ଲାଗମାର୍ଚ୍ଚ କରାଯାଇଥିଲା। ସହରର ୭ ଟି ସ୍ଥାନ ବଢ଼େଇମୁଣ୍ଡା, ପ୍ରସନ୍ନ ପଣ୍ଡା ଛକ, ଏସ୍.ପି.ଅଫିସ ଛକ, ବେହେରାମାଲ, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ ଛକ, ଝଣ୍ଡାଚୌକ ଓ ସୁନାରିମୁଣ୍ଡା ଛକରେ ନାକାବନ୍ଧୀ କରାଯାଇଥିଲା। ପୁଲିସ ବାରଣ କରୁଥିବା ସତ୍ବେ ସହରରେ ବାଇକ୍ ଓ ଅଟୋ ଚଳଉଥିବାରୁ ୫୦ ଗୋଟି ଅଟୋ ଓ ୨ଶହ ବାଇକ୍‌କୁ ଅଟକ ରଖାଯାଇ ସନ୍ଧ୍ୟାରେ ଛଡ଼ା ଯାଇଥିଲା। ତେବେ ବେପରୁଆ ହୋଇ ସବୁ ଲୋକଙ୍କୁ ବିପଦ ଆଡ଼କୁ ଟାଣି ଆଣୁଥିବା ଲୋକଙ୍କୁ ପୁଲିସ ଆଉ ସୁଯୋଗ ନଦେଇ ତାଙ୍କ ଉପରେ କୋଠର ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ପୁଲିସ ଉପରେ ଚାପ ପଡ଼ିଛି।

ନଜର ଆଢ଼ୁଆଳରେ ପ୍ଲାଣ୍ଟ କର୍ମଚାରୀ

ଝାରସୁଗୁଡ଼ା : ଲକ୍‌ଡାଉନ୍ ପରେ ଲୋକଙ୍କୁ ଘରୁ ପଦାକୁ ବିନା କାରଣରେ ନବାହରିବା ପାଇଁ କଡ଼ାକଡ଼ି ଭାବରେ ଅବଗତ କରାଯାଇଛି। ଏଥିରେ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଝାରସୁଗୁଡ଼ା ଏକ ଶିଳ୍ପନଗରୀ ହୋଇଥିବା ବେଳେ ଏଠାରେ ବିଭିନ୍ନ ଶିଳ୍ପସଂସ୍ଥାର ହଜାର ହଜାର କର୍ମଚାରୀ ବସବାସ କରନ୍ତି । ଲକ୍‌ଡାଉନ୍ ଯୋଗୁଁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନବଜାର ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ପ୍ଲାଣ୍ଟ ଏବେବି ବନ୍ଦ ହୋଇନାହିଁ। ସରକାର ପ୍ଲାଣ୍ଟ ଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ପାଳନ କରାଯାଇ ନାହିଁ। ଫଳରେ ପ୍ରତିଦିନ ବିଭିନ୍ନ ସିଫ୍ଟରେ ବସ୍ ଯୋଗେ ହଜାର ହଜାର କର୍ମଚାରୀ ଯାତାୟତ କରୁଥିବାରୁ କରୋନା ସଂକ୍ରମଣର ଆଶଙ୍କା ରହିଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିି ଦେବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର