ଭୁବନେଶ୍ବର : ଲକ୍ଡାଉନ୍ ଆଇନ ଉଲ୍ଲଂଘନ ମାମଲା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। କରୋନା ମୁକାବିଲା ଲାଗି ସାମାଜିକ ଦୂରତ୍ବ ସମ୍ପର୍କରେ ବ୍ୟାପକ ସଚେତନତା ସତ୍ତ୍ବେ ବି ଅମାନିଆ ହେଉଛନ୍ତି କିଛି ଲୋକ। ଏପ୍ରିଲ ୮ତାରିଖ ସକାଳୁ ୯ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ଥାନାରେ ୨୫୧ଟି ମାମଲା ରୁଜୁ ହୋଇଛି। ସେଥିରୁ ଲକ୍ଡାଉନ୍ ଉଲ୍ଲଂଘନ ସଂକ୍ରାନ୍ତୀୟ ବିଭିନ୍ନ ଥାନାରେ ୨୩୯ଟି ମାମଲା ରୁଜୁ ହୋଇଛି। ପ୍ରଥମଥର ପାଇଁ ସଂଗରୋଧ ଆଇନ ଉଲ୍ଲଂଘନରେ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ, ଯାହାକି ପୁଲିସକୁ ଆଶ୍ବସ୍ତି ଦେଇଛି। କିନ୍ତୁ ଗୁଜବ ସୃଷ୍ଟିକାରୀଙ୍କ ସଂଖ୍ୟା କମିବାରେ ନାଁ ଧରୁନି। ଗୁଜବ କରିବା ଅଭିଯୋଗରେ ୫ଟି ମାମଲା ରୁଜୁ କରିଛି ପୁଲିସ। ସେହିପରି କରୋନା ସଂକ୍ରାନ୍ତୀୟ ଅନ୍ୟ ମାମଲାରେ ୭ଟି ମାମଲା ରୁଜୁ ହୋଇଛି।
ଲକଡାଉନ୍ ଉଲ୍ଲଂଘନ: ୨୪ ଘଣ୍ଟାରେ ୨୫୧ ମାମଲା
/sambad/media/post_attachments/wp-content/uploads/2020/03/road-45.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)