ଏଣିକି ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ

ଭୁବନେଶ୍ୱର: କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି । ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଣିକି ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ । ମାସ୍କ ନପିନ୍ଧି ପ୍ରଥମ ଥର ଧରା ନପଡ଼ିଲେ ୫୦୦ଟଙ୍କା, ଦ୍ୱିତୀୟ ଥର ଧରାପଡ଼ିଳେ ସେହି ୫୦୦ ଟଙ୍କା ଓ ତୃତୀୟ ଥର ବିନା ମାସ୍କରେ ଧରାପଡ଼ିଲେ୧୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ  ପ୍ରଥମ ଦୁଇ ଥର ଲାଗି ୫୦୦ଟଙ୍କା ତୃତୀୟ ଥର ଠାରୁ ୧୦୦୦ଟଙ୍କା  ଜରିମାନା ଦେବାକୁ ପଡ଼ିବ।

ରାଜ୍ୟ ପାଇଁ ଜୁନ୍‌ ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଦେଶରେ ଅନଲକ୍‌ ୧ ଘୋଷଣା ପରେ ରାଜ୍ୟରେ ଗତ କିଛି ଦିନରେ ଲୋକଙ୍କର ଖାମଖିଆଲ ମନୋଭାବ ବଢ଼ିଯାଇଛି । ସଂକ୍ରମଣ ବଢ଼ୁଥିବା ସତ୍ତ୍ୱେ ଚେତୁ ନାହାନ୍ତି ଲୋକେ । ଆଉ ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଡିଜିପି ।

Coronavirus: Not wearing a mask? Be ready to shell out Rs 500 in ...
The Tribune

ତେବେ କରୋନା ମୁକାବିଲା ପାଇଁ ହୋଇଥିବା ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି । ଆବଶ୍ୟକ ହେଲେ ଫାଇନ୍‌ ଆଦାୟ ହେବ, ଗିରଫ କରାଯିବ । ଘରୁ ବାହାରିଲେ ୨ ମିଟର ଦୂରତ୍ୱ ବଜାୟ ଉପରେ ସେ ଅଧିକ ଗୁରୁତ୍ୱାରୋପ କରିଛନ୍ତି । ସର୍ବସାଧାରଣରେ ସାମାଜିିକ ଦୂରତ୍ୱ ବଜାୟ ରଖିବା ଅନିବାର୍ଯ୍ୟ। ରାଜ୍ୟରେ ଆଗରୁ ଲାଗୁ ହୋଇଥିବା ରାତ୍ରି କାଳିନ କର୍ଫ୍ୟୁ ଜାରି ରହିବ। ପୂର୍ବ ଭଳି ରାତି ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଜାରି ରହିବ ବୋଲି ପୁଲିସ ମହାନିର୍ଦେଶକ ଅଭୟ କୁମାର ।

ସମ୍ବନ୍ଧିତ ଖବର