ଗଞ୍ଜାମରେ ସବୁ ସୀମା ପାର କଲା କରୋନା, ୨୪ ଘଣ୍ଟାରେ ୫୪୦ ପଜିଟିଭ୍

ମହିଳାଙ୍କ ସମେତ ୫ ଜଣ ମୃତ
ଆଜି ରେକର୍ଡ ସଂଖ୍ୟକ ୪୦୭ ଜଣ ସୁସ୍ଥ ହେଲେ
ଅଧିକ ଟେଷ୍ଟ ଯୋଗୁ ପଜିଟିଭ ଅଧିକ ଆସୁଛି : ଜିଲ୍ଲାପାଳ

ବ୍ରହ୍ମପୁର : ଗଞ୍ଜାମରେ କରୋନାର କାୟା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଏହି ମହାମାରୀ ସବୁ ସୀମା ପାର କରି ସାରିଲାଣି । ଗୋଟିଏ ଦିନ ଅର୍ଥାତ ଗତ ୨୪ଘଂଟାରେ ଜିଲ୍ଲାରୁ ସର୍ବାଧିକ ୫୪୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଗ୍ରାଫ୍ କ୍ରମଶଃ ଶୀର୍ଷଗାମୀ ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଜିଲ୍ଲାରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୦୨ରେ ପହଂଚି ୭ହଜାରର ନିକଟତର ହୋଇଛି । ଅନ୍ୟପକ୍ଷରେ ଜିଲ୍ଳାରେ ସୁସ୍ଥହାର ବି ସର୍ବକାଳନୀ ରେକର୍ଡ ସୃଷ୍ଟି କରିଛି। ଆଜି ଜିଲ୍ଳାର ୪୦୭ଜଣ ସୁସ୍ଥ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ ଅଦ୍ୟାବଧି ସମୁଦାୟ ୭୨ଜଣଙ୍କ ମୃତ୍ୟୁ ଘଟିଛି । ୬୭ ଜଣ କୋଭିଡ଼୍ ଓ ୫ ଜଣ ଅଣ କୋଭିଡ଼୍ ମୃତ୍ୟୁ ଘଟିଛି । ଆଜି ଜିଲ୍ଳାରେ ୫ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଉଚ୍ଚ ରକ୍ତଚାପରେ ପୀଡ଼ିତ ୪୧ବର୍ଷୀୟ ଯୁବକ ଏବଂ ୫୭ ଓ ୬୩ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ଘଟିଛି । ୬୯ ବର୍ଷୀୟ ବୃଦ୍ଧ ଓ ମଧୁମେହ ରୋଗରେ ପୀଡ଼ିତ ୫୧ବର୍ଷୀୟ ମହିଳାଙ୍କ ବି କରୋନାରେ ମୃତ୍ୟୁ ଘଟିଛି ।

ଜିଲ୍ଳାରୁ ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୫୪ ଜଣ କୋଭିଡ଼୍ ଯୋଦ୍ଧା, ୨ ଜଣ ରାଜ୍ୟ ବାହାର ଆସି ସଂକ୍ରମିତି ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୪୮୪ ଜଣ । ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଚିକିଟି, ଖଲ୍ଲିକୋଟ, ସାନଖେମୁଣ୍ଡି ଓ ଶେରଗଡ଼ ଅଁଚଳର ଜଣେ ଲେଖାଏଁ, ବେଲଗୁଣ୍ଠା, ଭଞ୍ଜନଗର, ଛତ୍ରପୁର ଓ ଜଗନ୍ନାଥ ପ୍ରସାଦ ଅଁଚଳର୨ଜଣ ଲେଖାଏଁ, ବୁଗୁଡ଼ା ଇଲାକାର ୩ଜଣ, ବ୍ରହ୍ମପୁର ମହାନଗର, ହିଞ୍ଜଳିକାଟୁ ଓ ବେଗୁନିଆପଡ଼ା, କୁକୁଡ଼ାଖଣ୍ଡି ଓ ପୁରୁଷୋତମପୁର ଅଂଚଳର ୪ଜଣ ଲେଖାଏଁ, ପୋଲସରା ଓ କବିସୂର୍ଯ୍ୟନଗର ଅଂଚଳର୫ଜଣ ଲେଖାଏଁ ଏବଂ ସୋରଡ଼ା ଅଂଚଳର ୭ଜଣ ରହିଛନ୍ତି । ଆସିକା ଏବଂ ଜଗନ୍ନାଥ ପ୍ରସାଦ ଅଂଚଳର ଜଣେ ଲେଖାଏ ରାଜ୍ୟ ବାହାର ଫେରନ୍ତା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ସୀମା ସରହଦ୍ ଟିପିଛି । ୪୮୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ୍ ପକ୍ଷରୁ ଦିଆଯାଉଥିବା ତଥ୍ୟ ଆଜି ତାଳମେଳ ନ ଥିବା ପରଲକ୍ଷିତ ହୋଇଛି । ରାଜ୍ୟରୁ ୧୨୬୪ଜଣ ଆଜି ପଜିଟିଭ ଚହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ସଙ୍ଗରୋଧରେ ୮୪୭ ଏବଂ ସ୍ଥାନୀୟ ସଂକ୍ରମିତ ୪୧୭ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଗଞ୍ଜାମ ଜିଲ୍ଲାର କେବଳ ୪୮୪ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Reach FM

ଚିହ୍ନଟ ସ୍ଥାନୀୟ ସଂକମିତଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ଅଂଚଳର ୧୧୮ଜଣ, କୁକୁଡ଼ାଖଣ୍ଡି ଅଂଚଳର ୬୨ ଜଣ, ଭଞ୍ଜନଗର ଅଂଚଳର ୨୪ ଜଣ, ପୁରୁଷୋତମପୁର ଅଂଚଳର ୨୩ଜଣ, ହିଞ୍ଜିଳକାଟୁ ଓ ବେଗୁନିଆପଡ଼ା ଅଂଚଳର ୨୭ଜଣ ଲେଖାଏଁ, ଆସିକା ଅଚଂଳର ୧୪ଜଣ, ବେଲଗୁଣ୍ଠା ୧୩, ବୁଗୁଡ଼ା ଓ ଛତ୍ରପୁର ଅଂଚଳର ୧୬ଜଣ ଲେଖାଏଁ, ଗଞ୍ଜାମ ଅଂଚଳର ୧୨ଜଣ, କବିସୂର୍ଯ୍ୟନଗର ଅଂଚଳର ୧୯ଜଣ, ଖଲ୍ଲିକୋଟ ଅଂଚଳର ୨୩ଜଣ, ପୋଲସରା ଅଂଚଳର ୧୯ଜଣ, ରଙ୍ଗେଇଲୁଣ୍ଡା ଓ ସୋରଡ଼ା ଅଂଚଳର ୧୫ଜଣ ଲେଖାଏଁ, ଶେରଗଡ଼ ଅଂଚଳର ୧୭ଜଣ, ଧରାକୋଟ ଅଂଚଳର ୨ଜଣ, ସାନେଖେମୁଣ୍ଡି ଅଂଚଳର ୩ଜଣ, ଚିକିଟି ଇଲାକାର ୯ଜଣ, ଦିଗପହଣ୍ଡି ଅଂଚଳର ୪ଜଣ, ଜଗନ୍ନାଥ ପ୍ରସାଦ ଅଂଚଳର ୫ଜଣ ସଂକ୍ରମିତ ରହିଛନ୍ତି । ଅନ୍ୟାନ୍ୟ ସଂକ୍ରମିତ ଜଣେ ରହିଛନ୍ତି ।

ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ୪୦୭ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୪୪୮୩ ରେ ପହଂଚିଛି । ଜିଲ୍ଲାରେ ଏବେ ୨୩୪୭ ସଂକ୍ରମିତ ରହିଛନ୍ତି ।

Hindustan Times

କରୋନାରେ ନିରାଶା ମଧ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ ହେବା ନୂତନ ଆଶା ସୁସ୍ଥ ସଂଚାର କରିବା ସହିତ କରୋନାକୁ ମୁକାବିଲା କରିବା ଲାଗି ଏକ ବଳ ଦେଉଛି । ଅନ୍ୟପକ୍ଷରେ ଗତ ଦୁଇଦିନ ଧରି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି । ଜିଲ୍ଲାରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଂଚ ଚାଲିଛି । ଅଧିକ ଟେଷ୍ଟ ହେଉଥିବା ଅଧିକ ପଜିଟିଭ ରିପୋର୍ଟ ଆସୁଛି । ଏହାକୁ ନେଇ ଭୟଭୀତ ନ ହେବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ଜିଲ୍ଲାବାସୀଙ୍କ ନିବେଦନ କରିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ଆଉ ଦୁଇଟି ଘୋଷଣା ଜିଲ୍ଲାରେ କରୋନା ମୁକାବିଲାକୁ ଏକ ବଳ ଯୋଗାଇଛି । ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରୁ ଗଞ୍ଜାମ ଜିଲ୍ଲାରେ ସେରେଲୋଜି ସର୍ଭେ ତଥା ଆଟିଂ ବଡ଼ି ଟେଷ୍ଟ ଆରମ୍ଭ କରାଯିବ ବୋଲି ଆଜି ଆରଏମ୍ଆରସି ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ବ୍ରହ୍ମପୁର ବଡଡାକ୍ତରଖାନାରେ ପ୍ଲାଜମା ଖୋଲିବାକୁ ମଧ୍ୟ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର