କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରେ ସଂଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ନିର୍ଦ୍ଦେଶ

ଖୋର୍ଦ୍ଧା : କୋଭିଡ୧୯ ମହାମାରୀକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖୋର୍ଦ୍ଧା ସହର ଓ ଉପକଣ୍ଠର ସମସ୍ତ ଦୋକାନବଜାର ସଂଧ୍ୟା ୬ରୁ ସକାଳ ୬ଯାଏଁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି ।

ଗତକାଲି ପ୍ରତୀକାତ୍ମକ ଭାବେ ପୁଲିସ ସହରର ଦୋକାନବଜାର ବନ୍ଦ କରିଥିଲେ । ଆଜି ଏନେଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପୌରପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ମୁକୁନ୍ଦପ୍ରସାଦ ବଜାର, ଖୋର୍ଦ୍ଧା ମୁଖ୍ୟ ରାସ୍ତା ଠାରୁ ଟ୍ରାଫିକ୍ ବଜାର, ଟ୍ରାଫିକ୍ ବଜାର ଠାରୁ ଚଣ୍ଡିଚୁଆ ବଜାର, ଟ୍ରାଫିକ୍ ଛକ ଠାରୁ ସମବାୟ ବ୍ୟାଙ୍କ ଛକ ବଜାର, ସମବାୟ ବ୍ୟାଙ୍କ ଛକ ନିକଟସ୍ଥ ବଜାର ଠାରୁ ନୂଆ ବସଷ୍ଟାଣ୍ଡ ଓ ଅନ୍ୟ ସମସ୍ତ ଦୋକାନବଚାର ସଂଧ୍ୟା ୬ରୁ ସକାଳ ୬ଯାଏଁ ବନ୍ଦ ରହିବ । ଏହି ସମୟରେ ଏକକାଳୀନ ୫ଜଣରୁ ଅଧିକ ଏକତ୍ରିତ ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି ।

ଏହି ବନ୍ଦରେ ଜନସାଧାରଣଙ୍କ ସହଯୋଗ କାମନା କରିବା ସହ କରୋନା ଭଳି ମାରାତ୍ମକ ଭୂତାଣୁ ସଂକ୍ରମଣକୁ ରୋକିବାରେ ସମସ୍ତ ସହାୟତା ଆବଶ୍ୟକ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି ।

ସମ୍ବନ୍ଧିତ ଖବର