କୋରାପୁଟରେ କମୁନି କରୋନା ପ୍ରକୋପ : ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଡେଇଁଲା, ଆଜି ଆଉ ୯୨ ସଂକ୍ରମିତ ଚିହ୍ନଟ

କୋରାପୁଟ : କୋରାପୁଟରେ କମୁନି କରୋନାର ପ୍ରକୋପ। ବରଂ ଧୀରେ ଧୀରେ ଏହା କାୟା ମେଲାଇବାରେ ଲାଗିଛି। ଜିଲ୍ଲାରୁ ଆଜି ଆଉ ୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଡେଇଁଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ୭୧ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଅନ୍ୟ ୨୦ ଜଣ ସ୍ଥାନୀୟ ସଂକ୍ରମିତ। ଅପରପକ୍ଷରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୧୧ଶହ ଟପିଛି।

ଅଗଷ୍ଟ ଆରମ୍ଭରୁ କୋରାପୁଟ ଜିଲ୍ଲାରେ କରୋନା ଦୃତଗତିରେ ମାଡି ଚାଲିଛି। ପହିଲା ବେଳକୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮ ଶହ ପାଖାପାଖି ଥିଲାବେଳକୁ ଏବେ ସଂଖ୍ୟା ୨ ହଜାର ଡେଇଁ ସାରିଲାଣି। ନିତି ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପୁଣି ଗତ ସପ୍ତାହେ ହେଲା ନିୟମିତ ସଂକ୍ରମିତଙ୍କ ସଂଖ୍ୟା ଶତକ ପାଖାପାଖି ରହୁଛି। ଆଜି ସଂକ୍ରମିତଙ୍କ ମଧ୍ୟରେ କୋରାପୁଟ ଓ ଜୟପୁର ସହରରୁ ୨୩ ଜଣ ଲେଖାଏଁ ସଂକ୍ରମିତ ରହିଛନ୍ତି। ବନ୍ଧୁଗାଁ ବ୍ଲକରୁ ୫ ଜଣ, ବୋରିଗୁମ୍ମା ବ୍ଲକରୁ ଜଣେ, ଦଶମନ୍ତପୁର ବ୍ଲକରୁ ଜଣେ, ଜୟପୁର ବ୍ଲକରୁ ଜଣେ, କୋରାପୁଟ ବ୍ଲକରୁ ୨ଜଣ, କୋଟପାଡ ବ୍ଳକରୁ ଜଣେ, ଲକ୍ଷ୍ମୀପୁର ବ୍ଳକରୁ ୩ ଜଣ, ଲମତାପୁଟ ବ୍ଲକରୁ ଜଣେ, ନନ୍ଦପୁର ବ୍ଳକରୁ ଜଣେ, ନାରାୟଣପାଟଣା ବ୍ଲକରୁ ୧୩ ଜଣ, ପଟାଙ୍ଗୀ ବ୍ଲକରୁ ୫ ଜଣ, ସେମିଳିଗୁଡା ବ୍ଳକରୁ ଜଣେ ଓ ସୁନାବେଡା ପୌରାଞ୍ଚଳରୁ ୧୧ ଜଣ ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସଂକ୍ରମିତଙ୍କ ମଧ୍ୟରୁ ଜଣେ ଆନ୍ଧ୍ରରୁ ଫେରି ସଙ୍ଗରୋଧରେ ରହୁଥିଲେ। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୬୦ଜଣ ପୁରୁଷ ଥିଲାବେଳେ ୩୨ଜଣ ମହିଳା ରହିଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କଣ୍ଟେନମେଣ୍ଟ ଜୋନରୁ।

କୋରାପୁଟ ସହରରୁ ଚିହ୍ନଟ ୨୩ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ ସର୍କଲ ଜେଲରୁ। ଆଦିତ୍ୟ ନଗରରୁ ୨ ଜଣ, ପୁଲିସ କଲୋନୀରୁ ୨ ଜଣ, ଏସସିଟିଆଇ ରିଲଫ କ୍ୟାମ୍ପରୁ ୩ ଜଣ ଓ ପୁଚିଲା ସାହିରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ବିଶ୍ବାଳ କଲୋନୀ, ଗୌତମନଗର, ଗାନ୍ଧୀନଗର, ଗୌତମନଗର ୭ମ ଗଳି, ଜେଲ କଲୋନୀ, ନେହେରୁ ନଗର, ପରଜା ସାହି, ରେଳବାଇ କଲୋନୀ ଓ ଆଇଆରବି ବାଟାଲିୟନରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। କୋରାପୁଟ ବ୍ଲକର ୨ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଦାମନଯୋଡି ସିଆଇଏସଏଫ ୟୁନିଟରୁ। ଅନ୍ୟ ଜଣଙ୍କ ଘର ମସ୍ତିପୁଟ ଗାଁରେ। ବନ୍ଧୁଗାଁ ବ୍ଲକ ନୀଲାବାଡିରୁ ୪ ଜଣ ଓ ସିଙ୍ଗିପୁଟ ଗାଁରୁ ଜଣେ ସଂକ୍ରମିତ ହୋଇଛନ୍ତି। ଦଶମନ୍ତପୁର ବ୍ଲକରୁ ଚିହ୍ନଟ ସଂକ୍ରମିତ ଜଣଙ୍କ ଛତାମ୍ବ ଗାଁର। ନାରାୟଣପାଟଣା ବ୍ଲକ ପାକଣ୍ଡଳାରୁ ୧୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଉପର ଝୋଡିଆସାହିରୁ ୨ ଜଣ ଓ ଘାସି ସାହିରୁ ଜଣେ ସଂକ୍ରମିତ ହୋଇଥିବା ଜଣାପଡିଛି। ପଟାଙ୍ଗୀ ବ୍ଲକ ସୁଙ୍କିରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମିଳିଗୁଡା ବ୍ଳକ ପୁଟୁସିଲ ଗାଁରୁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି। ସୁନାବେଡା ପୌରାଞ୍ଚଳରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଏଥିରୁ ୩ ଜଣ ମେଡିକାଲ କଲୋନୀରୁ। ଗୁରୁଦ୍ବାର ରୋଡ ଓ ଇନ୍ଦିରା ନଗରରୁ ୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଅରବିନ୍ଦ ନଗର, ସରସ୍ବତୀ ନଗର, ଡିପି କ୍ୟାମ୍ପ ଓ ହାଲ ଟାଉନସିପରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହେଲା ପରେ ଏହି ସବୁ ଅଂଚଳକୁ କଣ୍ଟେନମେଣ୍ଟ କରାଯାଇଛି। ଯେଉଁଠି କଣ୍ଟେନମେଣ୍ଟ ଅଂଚଳରୁ ନୂଆ ସଂକ୍ରମିତ ଆସିଛନ୍ତି, ସେଠାରେ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି। ଅପରପକ୍ଷରେ ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୦୭୭ରେ ପହଞ୍ଚିଛି। ଏଥିରୁ ପ୍ରାୟ ୧୨ ଶହ ସଂକ୍ରମିତ ଆରୋଗ୍ୟ ଲାଭ କରି ଘରକୁ ଫେରିଲେଣି।

ସମ୍ବନ୍ଧିତ ଖବର

Comments are closed.