ଭୁବନେଶ୍ବର: ପାର୍ବଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ବେ ଏହି ସମୟରେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା। ତେବେ ଗତ ୭-୮ ଦିନ ମଧ୍ୟରେ ସଂକ୍ରମଣ କେତେ ବଢିଛି ଆଗକୁ ଜଣାପଡ଼ିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେତିକି ବଢିଛି ତାହା ଉଦବେଗଜନକ ନୁହେଁ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ତୃତୀୟ ଲହର ଆସିବା ସମ୍ଭାବନା ନେଇ ନେଇ ଏଂଡେମିକ ଭାଇରୋଲୋଜିଷ୍ଟ କହିଛନ୍ତି ଏବେ ଆମେ ଏଂଡେମିକ ସ୍ତରରେ ଅଛୁ। ଏବେ ବି କୋଭିଡ ଅଛି। ପରିସ୍ଥିତି ଦେଖି ସଂକ୍ରମଣ କମୁଛି ଆଉ ବଢୁଛି। ମହାରାଷ୍ଟ୍ରରେ ଯେଉଁ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ତାହାକୁ ନେଇ ବ୍ୟସ୍ତ ହେବାର କିଛି ନାହିଁ। କାରଣ ସେହି ଭ୍ୟାରିଆଣ୍ଟର କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି କି ଅନ୍ୟ କେହି ସଂକ୍ରମିତ ବାହାରି ନାହାନ୍ତି। ଏ ବାବଦରେ କେନ୍ଦ୍ର ସରକାର କିମ୍ବା ଆଇଏଲଏସ କିଛି ଅବଗତ କରାଇନାହାନ୍ତି ବୋଲି ସେ କହିଛନ୍ତି।
ଏତେ ଆତଙ୍କିତ ହେବାର କିଛି କାରଣ ନାହିଁ। ବର୍ତ୍ତମାନ ସ୍ଥିତି ଯେପରି ଅଛି ତୃତୀୟ ଲହର ଆଶଙ୍କା କମ ରହିଛି। କିନ୍ତୁ ଏବେ ଅନଲକ ହୋଇଛି, ବିଭିନ ଅନୁଷ୍ଠାନ ଖୋଲିଛି ଲୋକମାନେ ନିଜ ଆଡୁ ସତର୍କ ରହିବା ଦରକାର । ଯେଉଁଠି କାର୍ଯ୍ୟ ହେଉଛି କୋଭିଡ ନିୟମ ଅନୁପାଳନ କରନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/bijay-moh-hd-1-1.jpg)