ରାଜ୍ୟରେ ୯୨ଲକ୍ଷ ଟପିଲା କରୋନା ଟିକାକରଣ

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ୯୨ଲକ୍ଷ ଟପିଛି। ଆଜି ରାଜ୍ୟରେ ୧ଲକ୍ଷ ୫୬ହଜାର ୪୭୩ ହିତାଧିକାରୀ ଟିକା ନେବା ପରେ ସମୁଦାୟ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୯୨ଲକ୍ଷ ୨୬ହଜାର ୬୭୬କୁ ବୃଦ୍ଧି ପାଇଛି। ଆସନ୍ତାକାଲି ରାଜ୍ୟରେ ୧୦୦୪ଟି ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ୧୧୫୧ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୮-୪୪ବର୍ଗର ୬୬,୬୯୯ଜଣ ପ୍ରଥମ, ୬୭୦୦ଜଣ ଦ୍ବିତୀୟ ଡୋଜ୍ ‌ଟିକା ନେଇଛନ୍ତି। ରାଜ୍ୟରେ ଏହି ବର୍ଗରେ ୧୧ଲକ୍ଷ ୫୭ହଜାର ୫୪୧ଜଣ ପ୍ରଥମ ଓ ୯୪,୪୧୬ଜଣ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ସେହିପରି ଆଜି ୪୫ବର୍ଷରୁ ଅଧିକ ୫୨,୦୯୦ଜଣ ପ୍ରଥମ ଓ ୨୯,୬୩୨ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ୪୫ବର୍ଷରୁ ଅଧିକ ୫୬ଲକ୍ଷ ୬୫ହଜାର ୩୮୩ଜଣ ପ୍ରଥମ ଓ ୧୨ଲକ୍ଷ ୧୪ହଜାର ୬୬ଜଣ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ସେହିପରି ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୯୯.୩ ପ୍ରତିଶତ ପ୍ରଥମ ଓ ୮୮.୪ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଏହାସହ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୩୫ ପ୍ରତିଶତ ପ୍ରଥମ ଓ ୯୧.୮ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି।

ସମ୍ବନ୍ଧିତ ଖବର