ଭୁବନେଶ୍ବର : ସୋମବାର ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଟିକାଦାନ କେନ୍ଦ୍ରକୁ ହାଇଟେକ୍ ଗ୍ରୁପ୍ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। କରୋନା ଟିକାର ପ୍ରଥମ ଡୋଜ୍ କଲେଜର ମୁଖ୍ୟ ପରିଚାଳନା ଅଧିକାରୀ ଜ୍ୟୋତିର୍ମୟ ପଣ୍ଡାଙ୍କ ସମେତ ୫୧ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। ଏହି ଅବସରରେ ହାଇଟେକ୍ ଗ୍ରୁପର ଉପାଧ୍ୟକ୍ଷ ତିରୁପତି ଚୌଧୁରୀ, ପରିଚାଳନା ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ନିର୍ଦେଶକ ରୂପେଶ ପାଣିଗ୍ରାହୀ, ସନ୍ତୋଷ ଚୌଧୁରୀ, ରାଜେଶ ପାଣିଗ୍ରାହୀ ଓ ଡା.ସତୀଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷର ରବୀନ୍ଦ୍ର କୁମାର ଦଳାଇ, ମୁଖ୍ୟ ପରିଚାଳନା ଅଧିକାରୀ ଜ୍ୟୋତିର୍ମୟ ପଣ୍ଡା, ଉପ-ଅଧୀକ୍ଷକ ବାସୁଦେବ ବେହେରା, ମହାପ୍ରବନ୍ଧକ ସୁପ୍ରୟା ପଣ୍ଡା, ଡା.ମହେଶ ରଥ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ହାଇଟେକ୍ ମେଡିକାଲ କଲେଜରେ କରୋନା ଟିକାକରଣ
/sambad/media/post_attachments/wp-content/uploads/2021/01/Hi-Tech-Medical-College-and-Hospital-Bhubaneswar1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)