ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ୭୧ଲକ୍ଷ ଟପିଛି। ସୋମବାର ରାଜ୍ୟରେ ୭୬୮ ଅଧିବେଶନରେ ୧ଲକ୍ଷ ୩ହଜାର ୨୪୬ଜଣଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୭୧ଲକ୍ଷ ୨୩ହଜାର ୫୯୯ ଜଣ କରୋନା ଟିକା ନେଇ ସାରିଲେଣି। ଅପରପକ୍ଷରେ ଆଜି ରାଜ୍ୟର ୬ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବାତ୍ୟା ଆଶଙ୍କାକୁ ନଜରରେ ରଖି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଇଛି। ତେବେ ଅନ୍ୟ ଜିଲ୍ଲାକୁ ମିଶାଇ ୬୦୮ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ।
ସୋମବାର ରାଜ୍ୟରେ ୧୮-୪୪ବର୍ଗର ୫୧ହଜାର ୭୦୩ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩ଲକ୍ଷ ୫୦ହଜାର ୯୩୫ଜଣ ଟିକା ନେଇ ସାରିଲେଣି। ସେହିପରି ୪୫ବର୍ଷରୁ ଅଧିକ ୪୪,୨୬୩ଜଣଙ୍କୁ ପ୍ରଥମ ଓ ୩୮୨୯ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଥିଲା। ଏହାସହ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ମଧ୍ୟ ଟିକା ନେଇଛନ୍ତି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୯୮ ପ୍ରତିଶତ ପ୍ରଥମ ଓ ୮୭ ପ୍ରତିଶତ ଦ୍ବିତୀୟ ଡୋଜ୍, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୧୨୪ ପ୍ରତିଶତ ପ୍ରଥମ ଓ ୯୦ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/vaccube-Unit-4-UPHC-thare-Vaccination-bk.jpg)