ଭିଜିଲାନ୍ସ ଅଫିସରେ କରୋନା

ଦୁଇ କର୍ମଚାରୀ ଆକ୍ରାନ୍ତ, ସମସ୍ତଙ୍କର କୋଭିଡ୍ ଟେଷ୍ଟ, ରବିବାର ଯାଏ ଅଫିସ ବନ୍ଦ

ଭୁବନେଶ୍ବର : ପୁଲିସ ବିଭାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏବେ ଭିଜିଲାନ୍ସକୁ ଛୁଇଁଛି। ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ଜଣେ ସବଇନ୍ସପେକ୍ଟର ଓ ଜଣେ ମହିଳା କର୍ମଚାରୀ ରହିଛନ୍ତି। ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭିଜିଲାନ୍ସର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ସ୍ବାବ୍ ସଂଗ୍ରହ କରାଯାଇଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ଭିଜିଲାନ୍ସ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି। ଏହା ଭିତରେ ପୂରା ଅଫିସକୁ ବିଶୋଧନ କରାଯିବ। ସୋମବାର କାର୍ଯ୍ୟାଳୟ ଖୋଲିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର