କଟକ: ବଡ଼ ଲୋକ ଯେତେବେଳେ ତୃଣମୂଳ ସ୍ତରରେ ଜୀବନଯାପନ କରୁଥିବା ଲୋକଙ୍କୁ ସେବା ଦିଅନ୍ତି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଯାଏ। ବଡ଼ଲୋକଙ୍କ ହାତରେ ଅନ୍ୟମାନଙ୍କ ପ୍ରତି କରାଯାଉଥିବା ମହାନ କାମ ଚା’ ଦୋକାନ ଠାରୁ ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥାଏ। ଆଜିକାଲିର ଦିନରେ ତାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥାଏ। କଟକ ସହରରେ ଏହିଭଳି ଏକ ମହାନ କାମକୁ ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯାହାକୁ ନେଇ ଚର୍ଚ୍ଚା ହେଉଛି। ଅସଲ କଥା ହେଲା ସଫେଇ କର୍ମଚାରୀଙ୍କ ପାଦ ଧୋଇଛନ୍ତି ଜଣେ କର୍ପୋରେଟର।
ସୂଚନା ଅନୁସାରେ ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ପୋରେଟର ସ୍ବର୍ଣ୍ଣପ୍ରଭା ପଶାୟତ ମହାନତା ଦେଖାଇଛନ୍ତି। ୪୧ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ପଶାୟତ ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇଛନ୍ତି। ନିଜ ହାତରେ ସେମାନଙ୍କ ଗୋଡ ଧୋଇଛନ୍ତି। ଏହା ପରେ ପାଦକୁ କପଡ଼ାରେ ପୋଛି ନୂଆ ଚପଲ୍ ପିନ୍ଧାଇ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ କର୍ପୋରେଟରଙ୍କ ଏଭଳି କାର୍ଯ୍ୟକୁ ଅନେକ ପ୍ରଶଂସା କରିଛନ୍ତି। ସବୁ ସମୟରେ ୱାର୍ଡକୁ ସଫା ରଖିବାକୁ ଚେଷ୍ଟା କରୁଥିବା ଏହି ସଫେଇ କର୍ମଚାରୀଙ୍କ ପ୍ରତି ଏଭଳି ବ୍ୟବହାର ନିହାତି ସେମାନଙ୍କୁ ଖୁସି ଦେବ ଓ କାମ କରିବାକୁ ଉତ୍ସାହ ଯୋଗାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/59fc361f-d03a-494d-a4f4-37a3e21fd9e6.jpg)