ପୁରୀ : ଶ୍ରୀମନ୍ଦିର କର୍ପସ ପାଣ୍ଠିର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ତେବେ ସୁଧ ହାରକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାରୁ ଏ ସଂପର୍କିତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ। ତଥାପି ଦୁଇଟି ବ୍ୟାଙ୍କ ସର୍ବାଧିକ ୫.୨୫ ସୁଧ ହାର ପାଇଁ ବିଡ୍ ପକାଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ଚଳିତ ବର୍ଷ ୧୧ କୋଟି ଟଙ୍କା ରହିଥିବାବେଳେ ଏହାକୁ ସ୍ଥାୟୀ ଜମା ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ଟେଣ୍ଡର ଆହ୍ବାନ କରିଥିଲା। ୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଏଥିପାଇଁ ମନ୍ଦିର ପ୍ରଶାସନ ଚିଠି କରିଥିଲା। ଏ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ୧୦ଟି ବ୍ୟାଙ୍କକୁ ଟେଣ୍ଡର ପାଇଁ ଡକାଯାଇଥିଲେ ବି ଆଜି ୬ଟି ବ୍ୟାଙ୍କ ଉପସ୍ଥିତ ଥିଲେ। ଟେଣ୍ଡର ପ୍ରକ୍ରିୟାରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଗରେ ରହିଛନ୍ତି। ସର୍ବାଧିକ ୫.୨୫ ପ୍ରତିଶତ ସୁଧ ଦେବାକୁ ଦୁଇ ବ୍ୟାଙ୍କ ବିଡ୍ ପକାଇଛନ୍ତି। ଦୁଇ ବ୍ୟାଙ୍କର ସମାନ ସୁଧ ହାର ରହିବାରୁ ଏ ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରିନି। ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି। ଅନ୍ୟପଟେ ବ୍ୟାଙ୍କର ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ୨ କୋଟି ପର୍ଯ୍ୟନ୍ତ ସ୍ଥାୟୀ ଜମା ରଖୁଛି, ତେବେ ଏହାର ସୁଧହାର ଅଧିକ ରହିବ। ୨ କୋଟି ପରଠୁ ସୁଧ ହାର କ୍ରମେ ହ୍ରାସ ପାଇବ। ଏଥିପାଇଁ ସ୍ବତନ୍ତ୍ର ସ୍ଲାବ ରହିଛି। ୨ କୋଟି ପର୍ଯ୍ୟନ୍ତ ସୁଧ ହାର ଅଲଗା ରହିଥିବାବେଳେ ୨ କୋଟିରୁ ୫ କୋଟି, ୫ କୋଟିରୁ ୧୦ କୋଟି, ୧୦ କୋଟିରୁ ୧୫ କୋଟି ପାଇଁ ସୁଧ ହାର ଅଲଗା ଅଲଗା ରହିଛି। ଏହି ସୁଧ ହାର ବି ଶ୍ରୀମନ୍ଦିର ପ୍ରଶାସନକୁ ଅଡ଼ୁଆରେ ପକାଇଛି। ସୁଧ ହାରକୁ ନେଇ କିଛି ନୀତିଗତ ନିଷ୍ପତ୍ତି ନେଇ ନ ପାରିବାରୁ ଏ ଉପରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିନି।
କର୍ପସ୍ ପାଣ୍ଠି ସୁଧ ହାରକୁ ନେଇ ଅଡ଼ୁଆ
ସର୍ବାଧିକ ବିଡ୍ ୫.୨୫ ପ୍ରତିଶତ, ଭାଗନେଲେ ୬ ବ୍ୟାଙ୍କ
/sambad/media/post_attachments/wp-content/uploads/2019/12/srimandir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)