ବିଜେଡି କର୍ମୀଙ୍କୁ ସହାୟତା ପାଇଁ କର୍ପସ ଫଣ୍ଡ: ବିଜେଡିର କାର୍ଯ୍ୟକାରିଣୀ, ରାଜ୍ୟ ପରିଷଦ ବୈଠକ ଶେଷ

ସରକାରୀ ସ୍କୁଲରେ ପଢ଼ିଲେ, ଡାକ୍ତରୀ, ଇଞ୍ଜିନିୟରିଂରେ ୧୦% ସଂରକ୍ଷଣ ପ୍ରସ୍ତାବକୁ ମୋହର, ବିଧାନ ପରିଷଦ ପ୍ରସଙ୍ଗକୁ ତ୍ବରାନ୍ବିତ କରାଯିବାକୁ ନିଷ୍ପତ୍ତି

ଭୁବନେଶ୍ବର: ବିଜେଡିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକ ଆଜି ଶେଷ ହୋଇଛି। ଉଭୟ କାର୍ଯ୍ୟକାରିଣୀ ଓ ପରିଷଦରେ ମୋଟ ୨୭ଟି ପ୍ରସ୍ତାବକୁ ମୋହର ଲାଗିଛି, ଯେଉଁଥିରେ ରାଜନୈତିକ, ସାଂଗଠନିକ ପ୍ରସ୍ତାବ ମଧ୍ୟ ରହିଛି। ଏହି ଅବସରରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି ଯେ ବିଜେଡିର କୌଣସି କର୍ମୀ ଯଦି ଅକାଳରେ ପ୍ରାଣ ହରାନ୍ତି, ତେବେ ତାଙ୍କ ସହାୟତା ପାଇଁ ଦଳ ଆଗେଇ ଆସିବ। ଏଥିପାଇଁ ଏକ କର୍ପସ ପାଣ୍ଠି ଗଠନ ହେବ। ସେହିଭଳି ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୦% ସ୍ଥାନ ସଂରକ୍ଷଣ ପ୍ରସ୍ତାବ ପାରିତ ହୋଇଛି।

ବିଜେଡିର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜଙ୍କ ସଞ୍ଚାଳନରେ ଆଜି ଦୁଇଟି ପର୍ଯ୍ୟାୟରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବିଜେଡି ନେତା ରମେଶ ମାଝୀ, ପ୍ରୀତିରଂଜନ ଘଡାଇ ଶ୍ରୀମୟୀ ମିଶ୍ର ପ୍ରମୁଖ ବିଜେଡି ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ମାଗିଥିବା ପ୍ରସ୍ତାବ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ନାମକରଣ ଆଦି ସଂପର୍କରେ ହୋଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଥିଲେ। ଅପରାହ୍ନରେ ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ ଓ ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ବିଧାନ ପରିଷଦ ଗଠନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ େହାଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା େଦଇଥିଲେ। କେବଳ ସେତିକି ନୁହେଁ. ସମ୍ବିଧାନରେ ଅହିଂସାକୁ ସାମିଲ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ରଖିଥିବା ପ୍ରସ୍ତାବ, କେନ୍ଦ୍ରୀୟ ଉଦ୍ୟୋଗରେ ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି, ସର୍ବୋପରି ଦୁର୍ନୀତି ବିରୋଧରେ ନିଆଯାଇଥିବା କଠୋର ଆଭିମୁଖ୍ୟ ଆଜି ସଂପର୍କିତ ପ୍ରସ୍ତାବ ଗୃହୀତ ହୋଇଥିବା ଜଣାଇଥିଲେ। ଏହାବ୍ୟତୀତ କୋଇଲା ରୟାଲଟି ବୃଦ୍ଧି ପ୍ରସଙ୍ଗ, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅଧିକ ସହାୟତା, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଗଠନ ଭଳି ବହୁଗୁରୁତ୍ବ ପ୍ରସ୍ତାବ ଉପରେ ବିଜେଡି ନେତାମାନେ ମୋହର ଲଗାଇଥିଲେ।

ସମ୍ବନ୍ଧିତ ଖବର