ଭୁବନେଶ୍ବର: ଏସଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ହୋଇଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସିବିଆଇ ନ ହେଲେ ଏହାର ନ୍ୟାୟିକ ତଦନ୍ତ ହେଉ.। ପ୍ରଶ୍ନ ପତ୍ର କେମିତି ଲିକ୍ ହେଉଛି ତାହାର ଯାଞ୍ଚ୍ ହେଉ। ବିଜେପି ସରକାରରେ ସବୁଠି ଦୁର୍ନୀତି ହେଉଛି।

Advertisment

ବିଗତ ସରକାରରେ ଯେଉଁମାନେ ଚାବି ଧରିଥିଲେ ଆଜି ବି ସେମାନଙ୍କ ହାତରେ ଚାବି ରହିଛି ବୋଲି ସେ କହିଛନ୍ତି।  ବିଜେପିର ଓଡିଶାରେ ୬ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି, ତେଣୁ ଏଭଳି ସିଷ୍ଟମ ଚାଲିଛି।

ଆସନ୍ତା କାଲି ନୂଆପଡାରେ ବିଜେପି କଂଗ୍ରେସର ପାୱାର ସୋ’ କରାଯିବ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ଗସ୍ତ କରୁଥିବା ବେଳେ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ନୂଆପଡା ଗସ୍ତ କରିବେ କଂଗ୍ରେସ କୋମନାରୁ ଖରିଆର ନୂଆପଡ଼ାରେ ୪୦କିମି ବାଇକ ରାଲି କରିବା ସହ ନ୍ୟାୟ ଶୋଭାଯାତ୍ରା କରିବ।

ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ନୂଆପଡା ଯାଉଥିବାରୁ କଂଗ୍ରେସ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ଚାପ ପଡୁଛି ବୋଲି ପିସିସି ସଭାପତି କହିଛନ୍ତି। ନୂଆପଡାରେ ଆସନ୍ତା କାଲି କାର୍ଯ୍ୟକ୍ରମ ପାଇଁ ମୁଁ ଆଗରୁ ଘୋଷଣା କରିଥିଲି। ମୋ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କରୁଛନ୍ତି । ଏଭଳି କରି ବିରୋଧୀଙ୍କୁ ସମ୍ମାନ ଦେଉ ନାହାନ୍ତି ମୁଖ୍ୟମନ୍ତ୍ରୀ । 

ଆଇନ ଶୃଙ୍ଖଳା ପାଇଁ ଆମ କାର୍ଯ୍ୟକ୍ରମ ବାତିଲ ସହ ଘୁଞ୍ଚାଇବାକୁ ଆମ ଉପରେ ଚାପ ପଡୁଛି। ଅନ୍ୟ ସ୍ଥାନରେ ବାଇକ୍ ରାଲି ଓ ସଭା କରିବା ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୂଚନା ପ୍ରଦାନ କରିଛନ୍ତି।