କୋଷ୍ଟାଲ ହାଇୱେ କାମ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ଚାରି ବର୍ଷ ହେଲା ଯୋଜନା ହେଉଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହା ନିର୍ମାଣ ହୋଇପାରିନି। ଉପକୂଳ ଓଡ଼ିଶାର ଉନ୍ନତି ଓ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଯଥାସମ୍ଭବ ଶୀଘ୍ର କୋଷ୍ଟାଲ ହାଇୱେ ନିର୍ମାଣ କରିବାକୁ ଉପକୂଳ ରାଜପଥ ନିର୍ମାଣ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖାଯାଇଛି।

ମହାମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଓ ରାସ୍ତା, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କାରୀଙ୍କୁ ଚିଠି ଲେଖି କୁହାଯାଇଛି ଯେ, କୋଷ୍ଟାଲ ହାଇୱେ ନିର୍ମାଣ ହେଲେ ବିଶ୍ବ ପର୍ଯ୍ୟଟନରେ ଓଡ଼ିଶାକୁ ସ୍ବତନ୍ତ୍ର ସ୍ଥାନ ମିଳିବ। ବାତ୍ୟାପ୍ରବଣ ଓଡ଼ିଶାକୁ ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ରାସ୍ତା ବହୁତ ସହାୟକ ହେବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଆର୍ଥିକ ପ୍ରଗତି ହେବ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବିଶେଷକରି ସରକାର ଏହି ରାସ୍ତାରୁ ବହୁ ରାଜସ୍ବ ପାଇ‌େବ ବୋଲି ମହାମଞ୍ଚର ଆବାହକ ଟୁନା ସ୍ବାଇଁ, ସଦସ୍ୟ ବିଦ୍ୟାଧର ପଲେଇ, ବିମ୍ବାଧର ବରାଳ, ଉମାରାଣୀ ଦଳେଇ ଚିଠିରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର