ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ବିଗତ ୩ ବର୍ଷ ହେବ ଜିଲ୍ଲା ମରୁଡ଼ି ହେତୁ ଚାଷୀ ମାନଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାର ଧଳା ସୁନା କୁହାଯାଇଥିବା କପା ଚାଷରେ ପୋକ ଲାଗି ୨ ହଜାରରୁ ଅଧିକ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ୧୦ ହଜାର ହେକ୍ଟର ଜମିରେ ନୂଆପଡ଼ା କୃଷି ବିଭାଗ ପକ୍ଷରୁ କପା ଚାଷ କରିବା ପାଇଁ ଚାଷୀ ମାନଙ୍କୁ ମଞ୍ଜି ଦିଆଯାଇଥିଲା। କୋମନା ବ୍ଳକ୍ରେ ୬ ହଜାର ହେକ୍ଟର ଜମିରେ ଚାଷୀମାନେ କପା ବିହନ ବୁଣିଥିଲେ। ଜିଲ୍ଲାରେ ଚଳିତ ବର୍ଷ ବୃଷ୍ଟିପାତ ଭଲ ହେବାରୁ ଗଛ ମଧ୍ୟ ଭଲ ହୋଇଥିଲା। ମାତ୍ର, କପା ହେବା ସମୟରେ ଗଛରେ ଗଣ୍ଠିପୋକ ଲାଗି ଶତାଧିକ ଚାଷୀଙ୍କ ୨ ହଜାର ହେକ୍ଟର କପା ଗଛ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ନୂଆପଡ଼ା ଜିଲ୍ଲାରେ ୨ ହଜାର ହେକ୍ଟର କପା ଚାଷରେ ପୋକ, ଚିନ୍ତାରେ ଚାଷୀ
/sambad/media/post_attachments/wp-content/uploads/2019/09/SBPHO19-NUAPADA-COTTON-PHOTO_3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)