ଖଣ୍ଡଗିରି: ଅଧାରୁ ପାଠ ଛାଡ଼ି ଶ୍ରମିକ ରୂପେ କାମ କରିବାପରେ ପୁଣି ଶ୍ରେଣୀଗୃହକୁ ଫେରିଥିବା ଶୁଭ୍ରାଂଶୁ ସ୍ବାଇଁଙ୍କୁ ପିକକ୍ ଅନୁଷ୍ଠାନ ପକ୍ଷରୁ ‘ବିଜୟ ପଟ୍ଟନାୟକ ମେମୋରିଆଲ୍‌ ଆୱାର୍ଡ-୨୦୨୪’ ପ୍ରଦାନ କରାଯାଇଛି। ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବାସଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲା କୁସୁଡ଼ା ବ୍ଲକ୍ ଗୁଜୁଡ଼ିହ ଗ୍ରାମର ପ୍ରେମାନନ୍ଦ ସ୍ବାଇଁଙ୍କ ପୁତ୍ର ଶୁଭ୍ରାଂଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Advertisment

ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଥିବାରୁ ତାଙ୍କୁ ଏହି ପୁରସ୍କାର ସହିତ ୨୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓ ପରିଚାଳନା ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ, ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ଟ୍ରଷ୍ଟି ଆଶିଷ ମହାନ୍ତି, ସ୍ବରୂପ ମହାପାତ୍ର ତଥା ଭୋଗରାଇ ବ୍ଲକ୍ ସଂଯୋଜକ ନାରାୟଣ ଦାସ ଉପସ୍ଥିତ ରହି ଶୁଭ୍ରାଂଶୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।