କଫ୍‌ସିରପ୍‌ ଜବତ, ୪ ଗିରଫ

ଖପ୍ରାଖୋଲ: ବେଆଇନ କଫ୍‌ସିରପ୍‌ କାରବାର ଉପରେ ଖପ୍ରାଖୋଲ ପୁଲିସ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଛି। ସେମାନେ ‌ହେଲେ ପଡ଼ିଆବାହାଲ ପଞ୍ଚାୟତ ପାଚେର ଗାଁର ଗଙ୍ଗା ସାହୁ (୨୪ବର୍ଷ), ଅନିଲ ନିଆଲ (୨୫ବର୍ଷ), ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁର ଜୟନ୍ତ ରଣା (୨୫ବର୍ଷ) ଓ ମୁକେଶ ପଟେଲ (୨୬ବର୍ଷ)। ସେମାନଙ୍କ ନିକଟରୁ ୩୪ ବୋତଲ କଫ୍‌ସିରପ୍‌ ଜବତ କରିଛି। ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଧଣ୍ଡାମୁଣ୍ଡା-ପାଚେର ରାସ୍ତାରେ ପେଟ୍ରୋଲିଂ ବେଳେ ବାଇକ୍‌ରେ ଯାଉଥିବା ଗଙ୍ଗା ଓ ଅନିଲଙ୍କୁ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ନିକଟରୁ କଫ୍‌ସିରପ୍‌ ଜବତ କରିଥିଲା।

ପରେ ଜୟନ୍ତ ଓ ମୁକେଶଙ୍କଠାରୁ ମଧ୍ୟ କଫ୍‌ସିରପ୍‌ ଜବତ ହୋଇଥିଲା। ମୋଟ ୩୪ ବୋତଲ କଫ୍‌ସିରପ ସହ ନିଶା ବଟିକା, ନଗଦ ୧୩ ଶହ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଛି। ଏନେଇ ଥାନା କେସ୍‌ ନଂ ୧୧୩/୨୨ ଓ ୧୧୪/୨୨ରେ ଦୁଇଟି ମାମଲା ରୁଜୁକରି ଚାରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର