କଫ୍‌ସିରପ୍‌ ଜବତ, ଜଣେ ଗିରଫ

ଖପ୍ରାଖୋଲ: ଖପ୍ରାଖୋଲ ଥାନା କନଗାଁ ଛକଠାରେ ପୁଲିସ ପେଟ୍ରୋଲିଂ ସମୟରେ ୩୪ ବୋତଲ କଫ୍‌ସିରପ୍‌ ସହିତ ତିନି ଷ୍ଟ୍ରିଫ୍ ନିଶା ବଟିକା ଜବତ ହୋଇଛି। ଏହି କାରବାରେ ସଂପୃକ୍ତ ଥିବା ଅଭିଯୋଗରେ ବାଳଗୋପାଳ ଥନାପତି (୩୮ବର୍ଷ)ଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ଏସ୍‌ଆଇ ଗୋପୀନାଥ ମହାକୁରଙ୍କ ନେତୃତ୍ବରେ ପୁଲିସ ପେଟ୍ରୋଲିଂ କରୁଥିଲା। କନଗାଁ ଛକ ନିକଟରେ ବାଳଗୋପାଳ ରହି କଫ୍‌ସିରଫ ଓ ନିଶା ବଟିକା ବିକ୍ରି କରୁଥିବା ସମୟରେ ପୁଲିସ ତାଙ୍କୁ ଧରିଥିଲା। ଥାନା କେସ୍‌ ନଂ ୧୫୫/୨୨ରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର